ଲଡୁକେଶ ଆଥଲେଟିକ ଆସୋସିଏସନ ପକ୍ଷରୁ ୬୦ ତମ ସର୍ବଭାରତୀୟ ଫୁଟବଲ ଖେଳର ଫାଇନାଲ ମ୍ୟାଚ ମଂଧ୍ୟପ୍ରଦେଶର ରତଲାମ ସିଟି ଫୁଟବଲ କ୍ଲବ ବିଜେତା ହେଇ ସାଇ ହାଲ ସୁନାବେଢା ପରାଜିତ ହୋଇଛି । ଖେଳ ବହୁତ ସଂଘର୍ଷ ପୂର୍ଣ୍ଣ ଥିଲା । ଦୁଇ ଲଢୁଆ ଦଳ ଭିତରେ ଖେଳ ଏମିତି ହୋଇଥିଲା ଯେ ଖେଳ ଅମିମାସିଂତ ଥିଲା । ଆସୋସିଏସନ ନିୟମ ଅନୁଯାୟୀ ଉଭୟ ଦଳକୁ ପୁଣି ୧୦ ମିନିଟ ଖେଳିବାକୁ ଦିଆଯାଇଥିଲା । ତଥାପି କେହି କାହାକୁ ଗୋଲ ଦେଇପାରି ନଥିଲେ । ଶେଷରେ ଟ୍ରାଇବେକର ଆଶ୍ରୟ ନିଆଜାଇଥିଲା ଏବଂ ୩/୨ ଗୋଲ ରେ ମଂଧ୍ୟପ୍ରଦେଶ ବିଜେତା ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବିଧାୟକ ସୋମ୍ୟରଞନ ପଟ୍ଟନାୟକ, ରମେଶ ବେହେରା ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ପରହିତ କରିଥିଲେ । ଅରକ୍ଷୀ ଅଧୀକ୍ଷକ ଶଷୀଭୂଷଣ ଶତପଥି, ଲୋକନାଥ ସାହୁ, ସମ୍ପାଦକ ଯୋଗେନ୍ଦ୍ରନାଥ ପ୍ରଧାନ ଏବଂ ନୟାଗଡ ଡି.ଏଫ୍.ଓ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ୩୦ ହଜାର ଟଙ୍କା ଓ ପରାଜିତ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ହଜାରେ ହଜାରେ ଦର୍ଶକ ଯୋଗ ଦେଇଥିଲେ ।