ଓଡ଼ଗାଁ(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୋତିସାହି ଏବଂ ବାଉଁଶିଆ ନୂଆ ଆର.ଡି ରାସ୍ତା ମଧ୍ୟରେ ଥିବା ଏକ ପୋଖରୀରୁ ୨ଟି ପୁରୁଣା ବାଲାଟ ବାକ୍ସ ମିଳିଥିବା ସୂଚନା ମିଳିଅଛି ।
ସୂଚନା ଅନୁଯାୟୀ ଆଜି ସକାଳେ ଗୋତିସାହିର ସ୍ବର୍ଗତ ଗୋଦାବରୀ ସ୍ବାଇଁଙ୍କର ପୋଖରୀରୁ ମାଛ ଧରୁଥିବା ସମୟରେ ଏହି ବାଲାଟ ବାକ୍ସ ମିଳିଥିଲା ।
ଉକ୍ତ ବାଲାଟ ବାକ୍ସ ବହୁ ପୁରୁଣା ହୋଇଥିବାରୁ କୌଣସି ଗ୍ରାମପଞ୍ଚାୟତ ନିର୍ବାଚନ ସମୟର ହୋଇଥିବା ଅନୁମାନ କରାଯାଉଛି।






