Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଜଗା ୟୁନାଇଟେଡ, ଭୁବନେଶ୍ୱର ଚମ୍ପିଆନ

by ସଞ୍ଜୟ ସ୍ୱାଇଁ
November 25, 2023
in Nayagarh, Sports, State
ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଜଗା ୟୁନାଇଟେଡ, ଭୁବନେଶ୍ୱର ଚମ୍ପିଆନ
197
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଲଡୁକେଶ ଆଥଲେଟିକ୍ ଆସୋସିଏସନ୍ ଶରଣକୁଳ ପକ୍ଷରୁ ସରକାରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୬୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଜଗା ୟୁନାଇଟେଡ, ଭୁବନେଶ୍ୱର ବନାମ ଏ.ଜି.ରିକ୍ରିଏସନ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗା ୟୁନାଇଟେଡ, ଭୁବନେଶ୍ୱର ୫-୩ ଗୋଲରେ ଏ.ଜି.ରିକ୍ରିଏସନ କ୍ଲବ ଭୁବନେଶ୍ୱରକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଖେଳର ପ୍ରଥମାର୍ଦ୍ଧ ଅତ୍ୟନ୍ତ ଚିତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳର ୯ ନଂ ଜର୍ସି ଖେଳାଳି ୨୩, ୩୧, ୩୩ ମିନିଟ୍‌ରେ ତିନୋଟି ଗୋଲ ସ୍କୋର କରି ଦଳକୁ ୩-୦ ଗୋଲରେ ଅଗ୍ରଣୀ ରଖିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧ ଖେଳର ୩୧ ମିନିଟରେ ଏ.ଜି. ରିକ୍ରିଏସନ କ୍ଲବ, ଭୁବନେଶ୍ୱର ୬ ନଂ ଜର୍ସି ଖେଳାଳି, ୩୩ ମିନିଟରେ ୪୫ ନଂ ଜର୍ସି ଖେଳାଳି ଏବଂ ୩୯ ମିନିଟରେ ୩୪ ନଂ ଜର୍ସି ଖେଳାଳି ଦଳ ପାଇଁ ତିନୋଟି ଗୋଲ ସ୍କୋର କରି ଖେଳକୁ ୩-୩ ସ୍ଥିତିକୁ ନେଇଥିଲେ ।

ପୁଣି ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳ ୪୪ ମିନିଟରେ ୭ ନଂ ଜର୍ସି ଖେଳାଳି ଚତୁର୍ଥ ଗୋଲ ଏହାପରେ ୪୫ ମିନିଟ୍‌ରେ ପଞ୍ଚମ ଗୋଲ ଷ୍କୋର କରି ଦଳକୁ ୫-୩ ଗୋଲରେ ସମ୍ପିଆନ କରାଇଥିଲେ । ଆଜିର ଫାଇନାଲ ଖେଳରେ ଅନୁଷ୍ଠାନର ସଭାପତି ନୟାଗଡ଼ ଜିଲ୍ଲା ଯୋଜନା ଗୋର୍କ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୁରୀ ସାଂସଦ, ପିନାକୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ, ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଓ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ ଓ ସଂଯୁକ୍ତା ପଢ଼ିଆରୀ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଜଗା ୟୁନାଇଟେଡ, ଭୁବନେଶ୍ୱର ଦଳର ୭ ନଂ ଜର୍ସି ଆୟକ ମିକ୍ରାଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ରାଜୁ ମହାନ୍ତି ଓ ପରିଚାଳନା କରିଥିବା ବେଳେ ଜ୍ୟୋତି ରଞ୍ଜନ ସ୍ୱାଇଁ, ଶଶିକାନ୍ତ ଦାସିଆ, ପ୍ରସନ୍ନ କୁମାର ନାୟକ ଲାଇନରେ ସହାୟତା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଲଡୁକେଶ ଆଥଲେଟିକ୍ ଆସୋସିଏସନର ଉପସଭାପତି ବିକ୍ରମ କୁମାର ଦାଶ, ବୈକୁଣ୍ଠ ନାଥ ସିଠ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ସଂପାଦକ ଯୋଗେନ୍ଦ୍ର ନାଥ ପ୍ରଧାନ, କୋଷାଧ୍ୟକ୍ଷ ଶିବପ୍ରସାଦ ପୁଷ୍ପପାଳକ, ପରିଚାଳନା ସଦସ୍ୟ ଚିତରଞ୍ଜନ ବରାଡ଼, ମନୋରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ଦାସ, ମାନଓ କୁମାର ନାୟକ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ଏବଂ ଉପଦେଷ୍ଟା ମିନାକ୍ଷୀ ପ୍ରସାଦ ସାହୁ, ଦୀପ୍ତିରଞ୍ଜନ ପରିଡା, ଭଗବାନ ପ୍ରଧାନ, ସୁଶାନ୍ତ କୁମାର ଜେନା ଓ କବିରାଜ ସାହୁ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!