ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶରଧାପୁର ଗୌଡ଼ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି l ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମିଭୂତ ହୋଇଯାଇଥିବା ଦେଖିବାକୁ ମିଳିଛି l ଗୌଡ଼ସାହିର ବିସୁନିଆ ବେହେରା ଓ ଅନ୍ଧ ବେହେରାଙ୍କ ଘର ଭସ୍ମିଭୂତ ହୋଇଯାଇଛି l ଖବରପାଇ ଅଗ୍ନିଶମ କର୍ମଚାରୀ ଦମକଳ ଗାଡ଼ି ସହ ପହଞ୍ଚି ନିଆଁକୁ ଆୟତ କରିଛନ୍ତି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି l






