ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ବିଜୁ ଯୁବ ଜନତା ଦଳ ତରଫରୁ ଶରଧାପୁର ଗ୍ରାମପଞ୍ଚାୟତରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଏବଂ ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆଗାମି ଦିନରେ ଶରଧାପୁର ଗ୍ରାମପଞ୍ଚାୟତରେ ଯୁବକ ମାନଙ୍କୁ ନେଇ ଏକ ବିଶାଳ ସଙ୍ଗଠନ କରାଯିବ । ମାନ୍ୟବର ମନ୍ତ୍ରି ଅରୁଣ ସାହୁଙ୍କ ହାତ ମୁଠାକୁ ଆହୁରି ଶକ୍ତ କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରିଙ୍କ ବିକାଶ ମୁଳକ କାର୍ଯ୍ୟର ପ୍ରଚାର ପ୍ରସାର ସୋସିଆଲ ମେଡିଆ ମାଧ୍ୟମରେ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ଆଲୋଚନା କରାଗଲା । ଏଥିରେ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଦୁର୍ଯ୍ୟୋଧନ ବେହେରା ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ମନୋଜ କୁମାର ନାୟକ, ଶରଧାପୁର ଗ୍ରାମପଞ୍ଚାୟତର ଯୁବ ସଭାପତି ଶିଶିର ପ୍ରଧାନ, ସରପଞ୍ଚ କୁମୁଦ ଭୁଜବଳ, ପର୍ଯ୍ୟବେକ୍ଷକ ପ୍ରଶାନ୍ତ କର ଇତ୍ୟାଦି ବରିଷ୍ଠ ନେତୃବୃନ୍ଦ ରହି ବୈଠକ କାର୍ଯ୍ୟ ପରିଚାଳନା କରିଥିଲେ ।






