Monday, May 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମିତି ସଭ୍ୟଙ୍କ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର

by ସଞ୍ଜୟ ସ୍ୱାଇଁ
November 17, 2024
in Breaking, Nayagarh, Politics
ସମିତି ସଭ୍ୟଙ୍କ ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର
141
VIEWS
Share on FacebookShare on Twitter

ଶରଧାପୁର ଗାଁରେ ରାଜନୈତିକ ହିଂସା

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଶରଧାପୁର ଗାଁରେ ରାଜନୈତିକ ହିଂସା l ପୂର୍ବ ଶତ୍ରୁତାକୁ ନେଇ ସରପଞ୍ଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସମିତି ସଭ୍ୟ l ପରସ୍ପର ଆକ୍ରମଣରେ ୨ ଗୁରୁତର ଆହତ l ବିଜେଡ଼ି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ କୁମାର ମୁଦୁଲି ଓ ବିଜେପି ସମର୍ଥିତ ସମିତି ସଭ୍ୟ ସୁଜିତ କୁମାର ପ୍ରଧାନଙ୍କ ମଧ୍ୟ୍ୟରେ ପୂର୍ବରୁ ରାଜନୈତିକ ବିବାଦ ଲାଗିଥିଲା। ଆଜି ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ମୁଦୁଲି ତାଙ୍କ ଘରର ପଛପଟେ ଠିଆ ହୋଇଥିବା ବେଳେ ସମିତି ସଭ୍ୟ ସୁଜିତ ପ୍ରଧାନ ଓ ତାଙ୍କ ଚାରିରୁ ପାଞ୍ଚ ଜଣ ସମର୍ଥକ ଖଣ୍ଡା ଆକ୍ରମଣ କରିଥିଲେ ଏବଂ ଠେଙ୍ଗାରେ ସନ୍ତୋଷଙ୍କ ବେକ ଓ ଗୋଡ଼କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ବସିଥିଲେ l ତେବେ ସନ୍ତୋଷଙ୍କ ପରିବାର ଲୋକ ପାଟି ଶୁଣି ଆସିବାରୁ ଉଭୟଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲେ l ଉଭୟ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ l ସନ୍ତୋଷଙ୍କ ମୁଣ୍ଡରେ 15ଟି ଷ୍ଟିଜ ପଡ଼ିଥିବା ବେଳେ ତାଙ୍କୁ ଭୁବେନେଶ୍ୱର ସ୍ଥାନାନ୍ତର କରାଯାଇଛି l ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ପରିମାଣର ଆମ୍ବୁଲାନ୍ସ ନଥିବାରୁ ଘରୋଇ ଆମ୍ବୁଲାନ୍ସରେ ସନ୍ତୋଷଙ୍କୁ ଚିକିତ୍ସାପାଇଁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ହସ୍ପିଟାଲରେ ପହଞ୍ଚି ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି l ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି l ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026
ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ:ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

May 21, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!