ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଆଜି ପୁଣି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଜିଲ୍ଲା କୃଷି ଅଧିକାରୀ ଆୟୁର୍ଦେହୀ ମିଶ୍ରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଇଟାମାଟି ବଜାରରେ ରହିଥିବା ଚିରଞ୍ଜିଲାଲ୍ ସାୱରମଲ ଏବଂ ଜୟକୃଷ୍ଣ ସାହୁଙ୍କ କଳିଙ୍ଗ ଏଣ୍ଟରପ୍ରାଇଜେସ୍ରେ ଚଢ଼ାଉ କରାଯାଇଥିବା ଜଣାଯାଇଛି । ଏହି ଚଢ଼ାଉରେ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ସମେତ କୃଷି ବିଭାଗ କର୍ମଚାରୀମାନେ ଯୋଗ ଦେଇଥିବା ବେଳେ ଦୁଇ ଦୋକାନରେ ସଠିକ ପରିମାଣରେ ସାର ମହଜୁଦ ଥିବା ଏବଂ ଉଚିତ୍ ମୁଲ୍ୟରେ ସାର ବିକ୍ରି ହେଉଥିବା ଜଣାଯାଇଛି ।






