ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କଂଗ୍ରେସ ଦଳ ପକ୍ଷରୁ ୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହି କ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଲା ଗୁରୁ ଦ୍ୱାୟିତ୍ୱ । ସପ୍ତଗିରିଙ୍କୁ ଛତିଶଗଡ଼ର ଇନ୍ଚାର୍ଜ ଭାବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଯୁକ୍ତ ଦେଇଛନ୍ତି । ଏଥି ସହ ତାଙ୍କୁ ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ଅନ୍ୟ ୪ଟି ରାଜ୍ୟରେ ମଧ୍ୟ ଦଳ ପକ୍ଷରୁ ପ୍ରଭାରୀ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।






