ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜସ୍ଥାନ ମନ୍ତ୍ରୀମଣ୍ଡର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଗଠନ ହୋଇଛି ନୂତନ ମନ୍ତ୍ରୀ ମଣ୍ଡଳ । ନୂତନ ମନ୍ତ୍ରୀମଣ୍ଡଳରେ ୧୨ ନୂଆମୁହଁ ଦେଖିବାକୁ ମିଳିଛି । ନୂତନମନ୍ତ୍ରୀ ମଣ୍ଡଳ ଗଠନ ହେବା ପରେ ଚାଲିଛି ଶପଥ ପାଠୋତ୍ସବ । ନୂତନ ମନ୍ତ୍ରୀଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ । ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣଙ୍କ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରୁଥିବା ଜଣାପଡିଛି । ଗତକାଲି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ସମସ୍ତ ମନ୍ତ୍ରୀ ।





