ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବାଦଭୂଇଁ ଗ୍ରାମରେ ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ମହାରଣା । ଆଜି ସକାଳୁ ପୂର୍ଣ୍ଣଚନ୍ଦ୍ର ବାଡ଼ିରେ କାମ କରୁଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାରଲୋକେ ତାଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିବା ବେଳେ ତାଙ୍କର ମୃତ୍ୟୁ ଘଙ୍କିଛି । ଏନେଇ ପୁଲିସରେ ଅଭିଯୋଗ ପରେ ପୁଲିସ ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି ।






