ନୟାଗଡ଼, (ବାଘୁଆବାର୍ତ୍ତା): ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜି ଇଟାମାଟି ଥାନା ପରିସରରେ ଏକ ଶାନ୍ତି ଉତ୍ସବ ପାଳିତ ହୋଇଯାଇଛି । ବିଜୁ ମହତାବ ସ୍ୱେଚ୍ଛାସେବୀ ସଂଘ, ନିକୁଲ୍ ଟ୍ରଷ୍ଟ ଏବଂ ସ୍ନେହ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଂଚ ସୋନାଲିକା ମନ୍ଥନ ନେତୃତ୍ୱ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ସରପଂଚ ଶ୍ରବଣ ରାମ ପ୍ରମୂଖ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ନିଜକୁ ସମର୍ପିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ବିଭିନ୍ନ ସ୍ଥାନରେ ଶାନ୍ତି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରୁଥିବା ମଧୁସୁଦନ ପଟ୍ଟନାୟକ, ଅଖିଳ ସାହୁ, ଭାଗୀରଥି ସାହୁ, ପ୍ରଫୁଲ ପୃଷ୍ଟି ଏବଂ ବ୍ରଜବନ୍ଧୁ ସୁବୁଦ୍ଧିଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି ।






