Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାନ୍ତି କମିଟି ବାର୍ଷିକ ଉତ୍ସବ ଓ ସାଧାରଣ ବୈଠକ

by ସଞ୍ଜୟ ସ୍ୱାଇଁ
January 17, 2021
in Nayagarh
ଶାନ୍ତି କମିଟି ବାର୍ଷିକ ଉତ୍ସବ ଓ ସାଧାରଣ ବୈଠକ
232
VIEWS
Share on FacebookShare on Twitter

ନୟାଗଡ଼, ୧୭ା୧(ସମିସ) : ଜିଲ୍ଲାସ୍ତରୀୟ ଶାନ୍ତି କମିଟି ପ୍ରଥମ ବାର୍ଷିକ ଉତ୍ସବ ଏବଂ ସାଧାରଣ ବୈଠକ ଗମ୍ଭାରିଡିହି ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଞ୍ଚ ଦିବାକର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକ ନୟାଗଡ଼ ଜିଲ୍ଲାର ୮ ଟି ବ୍ଲକର ଶାନ୍ତି କମିଟିର ସଦସ୍ୟ ତଥା ନ୍ୟାୟପ୍ରଦାନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଥିବା ବ୍ୟକ୍ତିମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ରଜବନ୍ଧୁ ସାହୁ ଏବଂ କୃଷ୍ଣମୋହନ ପାଲଟା ସିଂହ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଶାନ୍ତି କମିଟି ବିଭିନ୍ନ ଜିଲ୍ଲାରେ କିପରି ଅଧିକ କ୍ରିୟାଶୀଳ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକରେ ନୟାଗଡ଼ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଶାନ୍ତି କମିଟି ଗଠନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ସ୍ତରୀୟ ସଭାପତି ଭାବେ ଦର୍ପନାରାୟଣପୁର ସଂକର୍ଷଣ ବିଶ୍ୱାଳ ମନୋନୀତ ହୋଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରଣପୁର କୃଷ୍ଣମୋହନ ସାହୁ, କୋଷାଧ୍ୟକ୍ଷ ଭାବେ ବିରୁଡା ସରପଞ୍ଚ ଅଜୟ ସ୍ୱାଇଁ ମନୋନୀତ ହୋଇଥିଲେ । ସେହିପରି ନୟାଗଡ଼ ବ୍ଲକ ମୁଖ୍ୟ ଭାବେ ଦିବାକର ମିଶ୍ର, ରଣପୁରରୁ ସତ୍ୟ ମହାପାତ୍ର, ନୂଆଗାଁରୁ ଧ୍ରୁବ ସାହୁ, ଖଣ୍ଡପଡ଼ାରୁ ଯୁଗୋଳ ସାହୁ, ଓଡ଼ଗାଁରୁ ଜୀବନ ରାୟ, ଗଣିଆରୁ ଅନ୍ତର୍ଯ୍ୟାମୀ ମିଶ୍ର, ଭାପୁରରୁ କବିରାଜ ମହାପାତ୍ର ଓ ଦଶପଲ୍ଲାରୁ ରବୀନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଛି । ସେହିପରି ଆଇନ ସହାୟକ ଓ ପରାମର୍ଶଦାତା ଭାବେ ପ୍ରମୋଦ ବିଶ୍ୱାଳ, ସୁରେଶ ମିଶ୍ର, ଭାଗିରଥି ସାହୁ ଓ ଗୋଲକ ମୁଦୁଲିଙ୍କୁ ସର୍ବସମ୍ମତି ଭାବେ ମନୋନୀତ କରାଯାଇଥିଲା । ଏହି ବୈଠକରେ ୮ଟି ବ୍ଲକର ଶତାଧିକ ବରିଷ୍ଠ ଏବଂ ସମ୍ମାନସ୍ପଦ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!