ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଏକ ଶୋକସଭା ନୟାଗଡ଼ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଖେଳପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାଂସ୍କୃତିକ ପରିଷଦ,ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ପରମ୍ପରା ସାହିତ୍ୟ ପରିଷଦ,ସୁଧା ସାଂସ୍କୃତିକ ପରିଷଦ,ନୟାଗଡ଼ କ୍ଲବ,ମୈତ୍ରୀ ଯୁବ ସଂସଦ,ଆର୍ଟ ପଏଣ୍ଟ,ମା’ଫାଉଣ୍ଡେସନ,ଓଡ଼ିଆ ପାଠକ ମଞ୍ଚ ଏବଂ ରାଗେଶ୍ରୀ ନିଳୟମ ପକ୍ଷରୁ ଆୟୋଜିତ ଏହି ଶୋକ ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ରାମକୃଷ୍ଟ ରଥ,ଲକ୍ଷ୍ମୀଧର ସାହୁ,ଶେଖ ଅବଦୁଲ ଖାଲିକ,ପ୍ରଦୀପ ସାହୁ, ପ୍ରଭାତ ମିଶ୍ର,ବିଜୟାନନ୍ଦ ମହାପାତ୍ର,ରଂଜନ ରଶ୍ମୀ ଜେନା,ସରୋଜ ସାହୁ,ଅଧ୍ୟାପକ ଆଶୁତୋଷ ମିଶ୍ର,ସଙ୍ଗୀତଜ୍ଞ ପ୍ରଭାତ ଦାଶ ପ୍ରମୁଖ ଉପସ୍ଥିତ ରହି ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।





