Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର

by ସଞ୍ଜୟ ସ୍ୱାଇଁ
November 25, 2021
in Education, State
ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର
124
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସଂସ୍କୃତ ବିଷୟକୁ ନେଇ ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର । ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଆଉ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ହାଇସ୍କୁଲରେ ପିଲାମାନେ ତୃତୀୟ ବିଷୟ ଭାବେ ହିନ୍ଦୁ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରଥମେ ଚୟନ କରୁଛନ୍ତି । ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାକୁ ତ୍ୟାଗ କରୁଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ ମାସରେ ୧୩୦୪ଟି ସଂସ୍କୃତ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଥିଲା । ପରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଶିକ୍ଷକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ସେଥିରୁ ମାତ୍ର ୭୯୬ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୫୦୮ଟି ପଦବୀ ଖାଲି ପଡ଼ିଛି । ତେବେ ବିଜ୍ଞପ୍ତିରେ ଏସଟିଙ୍କ ପାଇଁ ୫୦୭ଟି, ଏସସିଙ୍କ ପାଇଁ ୧୯୬, ଏସଇବିସିଙ୍କ ପାଇଁ ୪୧ଟି ଓ ୫୬୦ଟି ଅଣସଂରକ୍ଷିତ ରଖାଯାଇଥିଲା । ତେବେ ନିଯୁକ୍ତି ସମୟରେ ୫୦୭ଟି ଏସଟି ପଦବୀରୁ ମାତ୍ର ୪୩ଟି ପୂରଣ ହୋଇଛି । ସେହିପରି ୧୯୬ଟି ଏସସି ପଦରୁ ୧୫୨ଟି ପୂରଣ ହୋଇଛି । ରାଜ୍ୟରେ ଆବଶ୍ୟକ ମୁତାବକ ଏସଟି ଓ ଏସସି ବର୍ଗର ଯୋଗ୍ୟ ପ୍ରାର୍ଥୀ ନାହାନ୍ତି । ଯୋଗ୍ୟତା ଆଧାରରେ କିଛି ଏସସି ଓଏସଟି ବର୍ଗର ପିଲା ଅଣସଂରକ୍ଷିତ ବର୍ଗରେ ସାମିଲ ହେବା ଫଳରେ ହଜାରରୁ ଅଧିକ ସାଧାରଣ ବର୍ଗର ପିଲା ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀ, ସଚିବଠାରୁ ନିରାଶ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ୨୦୧୪ରେ ସଂସ୍କୃତ ଶିକ୍ଷକ ପଦବୀ ନିଯୁକ୍ତି ହୋଇଥିଲା । ୭ ବର୍ଷ ପରେ ପୁଣି ଥରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ତାହା ମଧ୍ୟ ପୂରଣ ହୋଇ ପାରିନାହିଁ । ୧୩୦୪ଟି ସଂସ୍କୃତ ଶିକ୍ଷକ ପଦବୀ ବାହାରିଥିଲେ ହେଁ ସେଥିପାଇଁ ଯୋଗ୍ୟ ଶିକ୍ଷକ ରାଜ୍ୟରେ ନାହାନ୍ତି । ତେବେ ନିୟମିତ ଭାବେ ନିଯୁକ୍ତି ପ୍ରକିୟା ହେଉନଥିବାରୁ ଛାତ୍ରଛାତ୍ରୀ ଏଥିରୁ ମୁହଁ ଫେରାଉଥିବା ଶିକ୍ଷାବିତମାନେ ପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!