ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଅଞ୍ଚଳର ଗବେଶିକା ଆଲିଶା ବିଶ୍ୱାଳ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ପି. ଏଚ. ଡି ଡିଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ତାଙ୍କ ସନ୍ଦର୍ଭର ନାମ ଥିଲା ” A critical study on sanskrit short poem of prafulla kumar mishra”।ଆଲିଶା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ପରିସରର ସଂସ୍କୃତ ବିଭାଗର ସହକାରୀ ପ୍ରଫେସର ନିବେଦିତା ପତିଙ୍କର ତତ୍ତ୍ୱାବଧାନରେ ଗଣେଷଣା କରୁଥିଲେ।ତାଙ୍କରି ସନ୍ଦର୍ଭଟି ପଞ୍ଜାବ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରଫେସର ନରସିଂହ ଚରଣ ପଣ୍ଡାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି।ଆଲିଶା ତାଙ୍କର ଏହି ସଫଳତା ପାଇଁ ପିତା ପ୍ରମୋଦ କୁମାର ବିଶ୍ବାଳ ,ସ୍ତ୍ରୀ ଅହଲ୍ୟା ବିଶ୍ୱାଳ ,ସ୍ୱାମୀ ରାହୁଲ ସାହାଣୀ ,ଶାଶୁ ,ଶଶୁର ,ଶୁଭେଚ୍ଛୁ ସର୍ବୋପରି ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।





