Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାରା ରାଜ୍ୟରେ ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
September 26, 2023
in Politics, State
ବିଜେଡି ପାର୍ଟି ଅଫିସ ଉଦ୍‌ଘାଟନ ସହ ଅଖି ମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ
81
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କଲା ଶାସକ ବିଜୁ ଜନତା ଦଳ(ବିଜେଡି)। ଦଳର ସଂଗଠନକୁ ଆହୁରି କ୍ରିୟାଶୀଳ କରିବା ଏବଂ ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ଵିତ କରିବାକୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏ ନେଇ ମଙ୍ଗଳବାର ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର। ସାରା ରାଜ୍ୟରେ ଅକ୍ଟୋବର ୨ରୁ ଅକ୍ଟୋବର ୧୧ ତାରିଖ ଯାଏ ପଦଯାତ୍ରା କରିବେ ବିଜେଡି କର୍ମୀ। ଏହି ସମୟରେ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବ ବୋଲି ଦେବୀ ମିଶ୍ର କହିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୪ରେ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ନିର୍ବାଚନ ଘୋଷଣା ହେଉ କି ନ ହେଉ ଦଳ ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲା। ଗାନ୍ଧି ଜୟନ୍ତୀରୁ ହେବ ପଦଯାତ୍ରା କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିପରି ନିର୍ବାଚନ ପୂର୍ବରୁ ୩୦ ହଜାର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତି ନିର୍ବାଚନ ମଣ୍ଡଳୀରୁ ୨ଶହ ଜଣ ନେବେ ତାଲିମ। ସପ୍ତାହକ ଭିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଦଳର ଛାମୁଆ ନେତା ଓ ମୁଖପାତ୍ରମାନଙ୍କୁ ତାଲିମ ଦିଆଯିବ। ସୂଚନାଯୋଗ୍ୟ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନା କେନ୍ଦ୍ର ସହିତ ଯିବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। କଂଗ୍ରେସ କହିଛି ଦେଶରେ କି ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ। ଏଥିନେଇ ଡରି ଯାଇଛନ୍ତି ବିଜେଡି ଓ ବିଜେପି। ବିଜେପି କହିଛି ବିଜେଡି ଅଗୁଆ ନିର୍ବାଚନ କରିବାକୁ ଚାହୁଁଥିଲା । ହେଲେ ଯେହେତୁ ସେମାନଙ୍କର ସ୍ଥିତି ଠିକ ନାହିଁ ସେଥିପାଇଁଏବେ ବିଜେଡି କହିଲାଣି କେନ୍ଦ୍ର ସହିତ ଯିବୁ ବୋଲି । ଏପଟେ ବିଜେଡି କହିଛି କେବେ ଆଗୁଆ ନିର୍ବାଚନକୁ ବିଜେଡି କହିନି। ଯେତେବେଳେ ବି ନିର୍ବାଚନ ହେବ ବିଜେଡି ପ୍ରସ୍ତୁତ ଅଛି। ନିର୍ବାଚନ ଆଗୁଆ ହେବ କି ନାହିଁ ତାହା ତ ସ୍ପଷ୍ଟ ହୋଇନି। କିନ୍ତୁ ନିର୍ବାଚନ ଭଳି ମାହୋଲ ସୃଷ୍ଟି ହୋଇସାରିଲାଣି। ସବୁ ଦଳ ସେମାନଙ୍କ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!