Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର

by ସଞ୍ଜୟ ସ୍ୱାଇଁ
December 9, 2024
in NATIONAL NEWS
ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର
128
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ। ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜ୍ୟୁଏଟ ହୋଇଥିବା ଶ୍ରୀ ମାଲହୋତ୍ରା ଲୋକ ନୀତି ବିଷୟ ବସ୍ତୁରେ ମାଷ୍ଟର ଡିଗ୍ରୀ ଆମେରିକାର ପ୍ରିନ୍ସଟନ ବିଶ୍ୱ ବିଦ୍ୟାଳୟରୁ ହାସଲ କରିଛନ୍ତି। ଦେଶର ରାଜସ୍ୱ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଅର୍ଥନୀତି ସେବାର ସଚିବ ଭାବେ କାମ କରୁଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସେ ଅର୍ଥ ଏବଂ ଟିକସ ବ୍ୟବସ୍ଥା ସହ କାର୍ଯ୍ୟ କରିବର ଅଭିଜ୍ଞତା ରଖିଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅଧିକ ଶାଣିତ କରିବାରେ ମାଲହୋତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଏ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!