Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଭିନ୍ନ ପ୍ରକଳ୍ପ ଉଦ୍ଘଘାଟନ ଓ ଉନ୍ନୟନମୂଳକ କାର୍ୟ୍ୟ ସମୀକ୍ଷା

by ସଞ୍ଜୟ ସ୍ୱାଇଁ
February 3, 2021
in Feature News
ବିଭିନ୍ନ ପ୍ରକଳ୍ପ ଉଦ୍ଘଘାଟନ ଓ ଉନ୍ନୟନମୂଳକ କାର୍ୟ୍ୟ ସମୀକ୍ଷା
135
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା ତାଙ୍କର ଦ୍ୱିତୀୟ ଦିନ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ ଏବଂ ୧୦.୦୦ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହର ଉପର ମହଲାରେ ନିର୍ମିତ ବହୁମୁଖୀ ହଲ୍ ର ଶୁଭ ଉଦ୍-ଘାଟନ କରିଥିଲେ । ଏହା ପରେ ସେ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ପାନୀୟ ଜଳ ଯୋଗାଣ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜଙ୍ଗଲ ଜମିରେ ଉନ୍ନୟନ ମୂଳକ କାର୍ୟ୍ୟର ଅଗ୍ରଗତି, ଚଳିତ ବର୍ଷର ଧାନ କ୍ରୟ ଏବଂ ସ୍ୱାସ୍ଥ୍ୟ ସେବା ତଥା କୋଭିଡ୍-୧୯ ଟୀକାକରଣ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଆଲୋଚନା ସମୟରେ ଉପାଧ୍ୟକ୍ଷ ଶ୍ରୀ ଦାସ ଜିଲ୍ଲାରେ ଚାଲୁଥିବା ପାନୀୟ ଜଳ ଯୋଗାଣକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା, ଚନ୍ଦନଧାରା ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ସମାପନ, ସର୍କିଟ ହାଉସ୍ ଠାରୁ ଭିଜିଲାନ୍ସ କାର୍ୟ୍ୟାଳୟ ରାସ୍ତା ନିର୍ମାଣ, ପରିବହନ କାର୍ୟ୍ୟାଳୟଠାରୁ ପୋଲିସ ରିଜର୍ଭ କାର୍ୟ୍ୟାଳୟ ରାସ୍ତା ଏବଂ ପାପଡାହାଣ୍ଡି ବାଇ ପାସ ରୋଡ ସମ୍ବନ୍ଧୀୟ କାର୍ୟ୍ୟ ଗୁଡିକ ତୁରନ୍ତ ସମାପନ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ତୁରିଗୁଣ୍ଠା ପ୍ରକଳ୍ପ ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହା ସହିତ ସେ ୨୪ଘଣ୍ଟା ମଧ୍ୟରେ ସମସ୍ତ ପ୍ରକୃତ ଚାଷୀଙ୍କର ଧାନ ମଣ୍ଡିରୁ ମିଲ୍ ମାନଙ୍କୁ ପରିବହନ କରିବା ତଥା ଅତିରିକ୍ତ ଏକ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରକୃତ ଚାଷୀଙ୍କଠାରୁ କ୍ରୟ କରିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସେ ନିୟନ୍ତ୍ରିତ ବଜାର କମିଟି ଠାରେ ଖୋଲାଯାଇଥିବା ଧାନ ମଣ୍ଡି ଏବଂ ତାରାଗାଁ ଧାନ ମଣ୍ଡି ପରିଦର୍ଶନ କରିଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସହିତ ବିଧାୟକ, ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁ ଏବଂ ଜିଲ୍ଲାପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଓ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!