ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ କରୋନାକୁ ମାତ ଦେବାକୁ ବଣିକ ସଂଘ ଅନୁରୋଧରେ ବଜାର ବନ୍ଦ କରାଯାଇଥିବା ବେଳେ ସକାଳୁ ସକାଳୁ ବିଶୋଧନ ଆରମ୍ଭ କରାଯାଇଛି । ନୟାଗଡ଼ ଅଗ୍ନିଶମ କର୍ମଚାରୀମାନେ ସକାଳୁ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ବାସଗୃହ, ସରକାରୀ କାର୍ଯ୍ୟାଳୟ, ଅଟୋ ଏବଂ ଟ୍ରଲି ଷ୍ଟାଣ୍ଡ ବିଶୋଧନ କରାଯାଉଥିବା ଦେଖିବାକୁ ମିଳିଛି । ଏଥିସହିତ ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ମଧ୍ୟ ବିଶୋଧନ କରାଯିବ ବୋଲି ଜଣାଯାଇଛି । ଏହାକୁ ନୟାଗଡ଼ ମୁନିସପାଲିଟ୍ ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ତଦାରଖ କରୁଥିବା ଜଣାଯାଇଛି ।






