Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂତନ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା, ସାନିଟାରୀ ପ୍ୟାଡ୍‌ ବ୍ୟବହାରରେ ରହିଛି କ୍ୟାନ୍ସରର ବିପଦ

by ସଞ୍ଜୟ ସ୍ୱାଇଁ
November 22, 2022
in Health, NATIONAL NEWS
ନୂତନ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା, ସାନିଟାରୀ ପ୍ୟାଡ୍‌ ବ୍ୟବହାରରେ ରହିଛି କ୍ୟାନ୍ସରର ବିପଦ
281
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତରେ କିଶୋରାବସ୍ଥାରେ ପ୍ରବେଶ କରିଥିବା ପ୍ରତି ଚାରି ବାଳିକାଙ୍କ ମଧ୍ୟରୁ ତିନି ଜଣ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରିଥାନ୍ତି। ମାସିକ ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡ୍‌ର ବ୍ୟବହାର ଗୁପ୍ତାଙ୍ଗରେ ହେବାକୁ ଥିବା ଗମ୍ଭୀର ରୋଗରୁ ବଞ୍ଚିବା ପାଇଁ କରାଯାଏ। ମାତ୍ର ସାନିଟାରୀ ପ୍ୟାଡ୍‌କୁ ନେଇ ଏକ ନୂତନ ଅଧ୍ୟୟନରେ ଏମିତି କିଛି ଖୁଲାସା ହୋଇଛି, ଯାହା ବାସ୍ତବରେ ମନରେ ଭୟ ସଞ୍ଚାର କରୁଛି। ନୂତନ ଅଧ୍ୟୟନ ଅନୁଯାୟୀ, ନ୍ୟାପକିନର ବ୍ୟବହାରରେ କ୍ୟାନ୍ସର ହେବାର ବିପଦ ବଢିପାରେ। କେବଳ ଏତିକି ନୁହେଁ ବାଞ୍ଝପଣର ସମସ୍ୟା ମଧ୍ୟ ହୋଇପାରେ। ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ୟ୍ୟକ୍ରମ ସଂଯୋଜକ ତଥା ଏହି ଅଧ୍ୟୟନରେ ସାମିଲ୍ ଡାକ୍ତର ଅମିତ୍ କହିଛନ୍ତି ଯେ, ପ୍ରତିଟି ସ୍ଥାନରେ ସହଜରେ ମିଳୁଥିବା ସାନିଟାରୀ ନ୍ୟାପକିନରେ ଏମିତି ଅନେକ କେମିକାଲ୍ ରହିଛି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ। ସାନିଟାରୀ ଉତ୍ପାଦରେ ଅନେକ ଗମ୍ଭୀର କେମିକାଲ ଯଥା କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଥାଏ। ଏନଜିଓ ଟକ୍ସିକ୍ସ ଲିଙ୍କ୍ ପକ୍ଷରୁ ଦିଆଯାଇଥିବା ଏହି ଅଧ୍ୟୟନରେ ଭାରତରେ ସାନିଟାରୀ ନ୍ୟାପକିନ ବିକ୍ରି କରୁଥିବା ୧୦ ବ୍ରାଣ୍ଡର ଉତ୍ପାଦକୁ ସାମିଲ୍ କରାଯାଇଛି। ଅଧ୍ୟୟନ ବେଳେ ଗବେଷଣାକାରୀଙ୍କୁ ସମସ୍ତ ନମୂନାରେ ଥ୍ୟାଲେଟ୍ ଏବଂ ଭୋଲେଟାଇଲ୍ କମ୍ପାଉଣ୍ଡର ତତ୍ତ୍ଵ ମିଳିଛି। ଚିନ୍ତାର ବିଷୟ ଏହି ଦୁଇ ଦୂଷିତ ପଦାର୍ଥ କ୍ୟାନ୍ସରର କୋଷିକା ତିଆରି କରିବାରେ ସକ୍ଷମ। ଏହି ଅଧ୍ୟୟନରେ ସଂପୃକ୍ତ ଅଙ୍କାକଶା ମେହରୋତ୍ରା କହିଛନ୍ତି, ସବୁଠୁ ଅଧିକ ଚିନ୍ତାର ବିଷୟ ସାନିଟାରୀ ପ୍ୟାଡ୍‌ ବ୍ୟବହାର କାରଣରୁ ରୋଗ ବଢିବାର ସମ୍ଭାବନା ବଢିଯାଏ। ମହିଳାଙ୍କ ତ୍ଵଚା ତୁଳନାରେ ଭଜାଇନା ଉପରେ ଗମ୍ଭୀର କେମିକାଲର ପ୍ରଭାବ ଅଧିକ ରହିଥାଏ। ଏହି କାରଣରୁ କ୍ୟାନ୍ସରର ବିପଦ ଆହୁରି ବଢିଯାଏ। ଏନଜିଓ ଟୋକ୍ସିକ୍ ଲିଙ୍କ୍‌ର ମୁଖ୍ୟ କାର୍ୟ୍ୟକ୍ରମ ସଂଯୋଜକ ପ୍ରୀତି ବନ୍ଥିଆ ମହେଶ କହିଛନ୍ତି, ୟୁରୋପୀୟ କ୍ଷେତ୍ରରେ ଏହି ସବୁ ପାଇଁ ନିୟମ ରହିଥିବା ବେଳେ ଭାରତରେ ସେମିତି ବିଶେଷ ନିୟମ ନାହିଁ। କିନ୍ତୁ ଭାରତରେ ସାନିଟାରୀ ନ୍ୟାପକିନ ବିଏସଆଇ ମାନକ ଅନ୍ତର୍ଗତ ଆସିଥାଏ। ମାତ୍ର ସେଥିରେ କେମିକାଲକୁ ନେଇ କୌଣସି ନିୟମ ନାହିଁ। ୬୪ ପ୍ରତିଶତ ଯୁବତୀ କରନ୍ତି ସାନିଟାରୀ ନ୍ୟାପକିନର ବ୍ୟବହାର – ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେର ସଦ୍ୟତମ ତଥ୍ୟ ଅନୁସାରେ, ୧୫ ରୁ ୨୪ ବର୍ଷ ମଧ୍ୟରେ ପ୍ରାୟ ୬୪ ପ୍ରତିଶତ ଭାରତୀୟ ଯୁବତୀ ସାନିଟାରୀ ନ୍ୟାପକିନର ବ୍ୟବହାର କରନ୍ତି। ବିଗତ ସମୟରେ ସଚେତନତା କାରଣରୁ ଏହାର ବ୍ୟବହାରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଇଏମଏଆରସି ଗ୍ରୁପ୍ ଅନୁସାରେ, ସାନିଟାରୀ ଉତ୍ପାଦର ଭାରତରେ ବହୁତ ବଡ ବଜାର ରହିଛି। ୨୦୨୧ରେ ସାନିଟାରୀ ନ୍ୟାପକିନର କାରବାର ୬୧୮ ମିଲିୟନ ଡଲାର ରହିଛି। ଅନୁମାନ କରାଯାଉଛି ଯେ, ୨୦୨୭ ପର୍ୟ୍ୟନ୍ତ ଏହାର ବ୍ୟବସାୟ ୧.୨ ବିଲିୟନ ଡଲାର ପର୍ୟ୍ୟନ୍ତ ପହଞ୍ଚିପାରେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!