Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶନିବାରରେ ତାଡିନେଇଗଲେ ଶନିଦେବଙ୍କ ଆଖି

by ସଞ୍ଜୟ ସ୍ୱାଇଁ
October 26, 2024
in Crime, State
ଶନିବାରରେ ତାଡିନେଇଗଲେ ଶନିଦେବଙ୍କ ଆଖି
127
VIEWS
Share on FacebookShare on Twitter

ବାଲିପାଟଣା, (ବାଘୁଆବାର୍ତ୍ତା): ବାଲିପାଟଣାରେ ମନ୍ଦିରରୁ ଚୋରି ଥମିବାର ନାଁ ଧରୁନି । କିଛି ଦିନ ପୂର୍ବରୁ ଷୋଳ ପୂଜାରେ ଭାପୁର ବେଲେଶ୍ୱର ମନ୍ଦିର ଏବଂ ଦେୱାନ ପାଟଣା ମା ଦୁଲ୍ଲାଦେବୀ ଙ୍କ ମନ୍ଦିରରୁ ଦୁର୍ବୃତ ବିପୁଳ ପରିମାଣରେ ସୁନା, ରୁପା ଅଳଙ୍କାର , ଅଷ୍ଟଧାତୁ ମୂର୍ତ୍ତି ସହ ଠାକୁରଙ୍କ ବାସନ ଓ ବହୁ ନାଗ ମୂର୍ତ୍ତି ପ୍ରଭୁତି ଚୋରି କରି ଧରାପଡିଲେ । ଜଗସିଂହପୁର ଏବଂ ବାଲିପାଟଣା ପୁଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନର ୧୨ଟି ମନ୍ଦିରରେ ହୋଇଥିବା ଲୁଟ ସାମଗ୍ରୀ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିଲା । ଏହି ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଏକ ମନ୍ଦିରରୁ ଚୋରି ଆଲୋଡନ ସୃଷ୍ଟି କରିଛି । ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୂଟ ଦୁର୍ବୁତ୍ତମାନେ ତାଡି ନେଇଛନ୍ତି । ଘଟଣାଟି ବନମାଳୀପୁର ଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦ ପାଟଣାରେ ଘଟିଛି । ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର କରିଥିଲେ । ଖବର ପାଇ ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ରେ ଲାଗିଥିବା ସିସି ଟିଭିରେ ଚୋରି ବେଳ ର ଦୃଶ୍ୟ କଏଦ ହୋଇଛି । ୨ ଜଣ ଦୁର୍ବୁତ୍ତ ଆଜି ଭୋର ପ୍ରାୟ ସାଢେ ୪ ଟା ରେ ମନ୍ଦିରରେ ପଶିଥିଲେ । ସେମାନେ ରେନି କୋର୍ଟ, ଟୋପି , ପାଦରେ ଚପଲ ପିନ୍ଧି ମୁହଁ ରେ କପଡା ବାନ୍ଧି ଥିବା ଦେଖା ଯାଇଛି । ଗ୍ୟାସ କଟର ସାହାଯ୍ୟରେ ମନ୍ଦିର ତାଲା କାଟି ଭିତରକୁ ପଶି ଅଳଙ୍କାର ଲୁଟ କରି ଚମ୍ପଟ ମାରିଛନ୍ତି । ଠାକୁରଙ୍କ ଅଳଙ୍କାର ଲୁଟ୍ ଶୁଣି ସ୍ଥାନୀୟ ଲୋକେ ଗଭିର ମର୍ମାହତ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!