Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିକାରୀ ମହମ୍ମଦଙ୍କ ସ୍ମୃତିରେ ସଙ୍ଗୀତ ସଂଧ୍ୟା

by ସଞ୍ଜୟ ସ୍ୱାଇଁ
November 16, 2020
in Nayagarh
ଭିକାରୀ ମହମ୍ମଦଙ୍କ ସ୍ମୃତିରେ ସଙ୍ଗୀତ ସଂଧ୍ୟା
241
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଅନ୍ୟତମ ସାଲବେଗ ସ୍ବର୍ଗତ ଭିକାରୀ ମହମ୍ମଦଙ୍କ ସ୍ମୃତିରେ ଭିକାରୀ ମହମ୍ମଦ ସ୍ମୃତିସଂଧ୍ୟା ସ୍ଥାନୀୟ ରୋଟାରୀ ଭବନ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ ନୟାଗଡ଼, ସୁଧା ସାଂସ୍କୃତିକ ଅନୁଷ୍ଠାନ, ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ସଦାନନ୍ଦ ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ,ମୈତ୍ରୀ ଯୁବ ସଂସଦ, ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ଆର୍ଟ ପଏଣ୍ଟ ,ନୟାଗଡ଼ କ୍ଲବ ପ୍ରଭୃତି ଅନୁଷ୍ଠାନ ମାନଙ୍କ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମକୁ ରୋଟାରିଆନ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଶେଖ ଅବଦୁଲ ଖାଲିକ, ଅଶୋକ ନାୟକ, ରଶ୍ମିରଞ୍ଜନ ଜେନା, ପ୍ରଦୀପ ସାହୁ, ଲକ୍ଷ୍ମୀଧର ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବେତାର ଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜଗଦୀଶ ରଥ, ପ୍ରାଣକୃଷ୍ଣ ମହାରଣା,ବିଜୟନନ୍ଦ ମହାପାତ୍ର,ଆଶୁତୋଷ ମିଶ୍ର,ଉଷା ବାରିକ, ଭୂମିକା ମହାପାତ୍ର, ପ୍ରଭାତ ଦାଶ, ଅଜିତ ଦାଶ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଅଶୋକ ମଲ୍ଲ, ଗୋପୀନାଥ ସେଠି ଏବଂ ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସଂଯୋଜନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!