ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ଏବଂ ସଦରବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ସଂଗରୋଧରୁ ମୋଟ ୬୭ ଜଣ ପ୍ରବାସୀ ସଂଗରୋଧ ମୁକ୍ତ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ଫତେଗଡ଼ରୁ ୪୭ ଜଣ ହୋଇଥିବା ବେଳେ ସିନ୍ଦୁରିଆରୁ ୨୦ ଜଣ ରହିଥିବା ଜଣାଯାଇଛି । ସୂଚନାନୁସାରେ, ଫତେଗଡ଼ ପଂଚାୟତ ହାଇସ୍କୁଲରେ ୧୪ ଦିନିଆ ସଂଗରୋଧ ଅବଧି ଶେଷ କରିବା ପରେ ଆଜି ପ୍ରବାସୀମାନେ ବିଦାୟ ନେଇଛନ୍ତି । ସରପଂଚ ତୋଫାନ ପ୍ରଧାନ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ସୁନ୍ଦର ରାଉତ ପ୍ରବାସୀମାନଙ୍କୁ ମାନପତ୍ର ଏବଂ ମିଠା ଦେଇ ବିଦାୟ ଜଣାଇଥିବା ଜଣାଯାଇଛି । ସେହିଭଳି ସିନ୍ଦୁରିଆ ବିଦ୍ୟାଳୟରେ ସଂଗରୋଧରେ ରହିଥିବା ୨୦ ଜଣ ପ୍ରବାସୀଙ୍କୁ ସରପଂଚ ହୁରଜାନ୍ ବେଗମ ବିଦାୟ ଦେଇଛନ୍ତି । ବିଦାୟ ବେଳେ ସେମାନଙ୍କୁ ୭ଦିନ ଗୃହ ସଂଗରୋଧରେ ରହିବା ନେଇ ଶପଥ ପାଠ କରାଯାଇଥିବା ବେଳେ ସରକାରଙ୍କ ଦ୍ୱାରା ଘୋଷିତ ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।






