ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ସନ୍ଦିଗ୍ଧ ଯୁବକମାନଙ୍କୁ ଅଟକ ରଖାଯାଇଛି । ବିଭିନ୍ନ ପ୍ରକାର ମାମଲାରେ ସଂଶ୍ଲିଷ୍ଟ ଥିବା ନେଇ ପୁଲିସ ରୋଚକ ଖବର ପାଇବା ପରେ ସେମାନଙ୍କୁ ତନାଘନା ଚଲାଇଛି । ବିଭିନ୍ନ ରାହାଜାନୀ,ବ୍ୟାଙ୍କ ଡକାୟତୀ ଏବଂ ଅନେକ ଅନୈତିକ କାର୍ଯ୍ୟରେ ଏହି ଯୁବକମାନେ ଲିପ୍ତ ରହିଛନ୍ତି । ସେମାନଙ୍କର ମାଷ୍ଟର ମାଇଣ୍ଡ ତଥା ବଡ଼ ମୁଣ୍ଡକୁ ପୁଲିସ ଖୋଜୁଛି । ସନ୍ଦିଗ୍ଧ ଯୁବକମାନେ ଅତି ଉଚ୍ଚ ଶିକ୍ଷିତ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ମିଳିଛି ।