ନୟାଗଡ଼, (ବାଘୁଆବାର୍ତ୍ତା): କେଶକୁ ଅଧିକ ସୁସ୍ଥ ଓ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାର ଶାମ୍ପୁର ବ୍ୟବହାର କରିଥାନ୍ତି । କିନ୍ତୁ ବେଳେବେଳେ ଭୁଲ ସାମ୍ପୁ ବ୍ୟବହାର ଯୋଗୁଁ କେଶ ସୁନ୍ଦର ହେବା ବଦଳରେ ଅଧିକ ଖରାପ ହୋଇ ଥାଏ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଶାମ୍ପୁ ମିଳୁଛି । ତେଣୁ ନିଜର କେଶ ପାଇଁ ଆବଶ୍ୟକ ହେଉଞଥିବା ସାମ୍ପୁ ହିଁ ବାଛନ୍ତୁ । ପ୍ଳେନ ସାମ୍ପୁଁ – ଏହି ସାମ୍ପୁକୁ ସାଧାରଣ କେଶରେ ଲଗାଯାଇ ପାରିବ । କୌଣସି ରାସାୟନିକ ଜିନିଷ ପ୍ରୟୋଗ କରାଯାଇ ନଥିବା ଡିଟରଜେଣ୍ଟ ବେସ ସାମ୍ପୁ ତେଲିଆ କେଶ ପାଇଁ ବହୁତ ଉପଯୋଗୀ । ଯଦି ଆପଣଙ୍କ କେଶ ପର୍ମ ବା ସିଧା କରିଥାନ୍ତି ବା ସୂର୍ଯ୍ୟକିରଣ ଯୋଗୁ କେଶ ବେଶି କ୍ଷତିଗ୍ରସ୍ତ ହୋଇଥାଏ ତା’ ହେଲେ ଆଦୌ ସାମ୍ପୁ ବ୍ୟବହାର କରନ୍ତୁନି । କ୍ରିମ ସାମ୍ପୁ: – କ୍ରିମ ସାମ୍ପୁ ଗାଢ଼ା ହୋଇଥାଏ । ଏହା କେବଳ କେଶକୁ ସଫା କରେ ନାହିଁ ବରଂ କଣ୍ଡିସନିଂ ବି କରେ । କ୍ରିମ ସାମ୍ପୁ ଦ୍ୱାରା କେଶ ନରମ ହୋଇଥାଏ । ଏହି ସାମ୍ପୁ ଲିକ୍ୱିଡ ଓ ସେମିସାଲିଡ ଆକାରରେ ମିଳିଥାଏ । ହାଲକା ରଙ୍ଗ ହୋଇଥିବା କେଶ ପାଇଁ ସାମ୍ପୁ: – ରାସାୟନିକ ଉପଚାର ଦ୍ୱାରା ହାଲକା ରଂଗ କରାଯାଇଥିବା ପର୍ମ କରାଯାଇଥିବା ପର୍ମ କରାଯାଇଥିବା କେଶରେ ବିଶେଷ ଭାବରେ ତିଆରି କରାଯାଇଥିବା ‘କେମିକାଲ ଟ୍ରିଟେଡ’ ସାମ୍ପୁ ବ୍ୟବହାର କରନ୍ତୁ । ସାବୁନ ବିନା ଅଏଲ ସାମ୍ପୁ: – ଏହି ସାମ୍ପୁରେ କେଶ ସଂପୂର୍ଣ୍ଣ ସଫା ହୋଇଯାଏ ଓ ଏହାଦ୍ୱାରା କେଶ ଉପରେ କୌଣସି ଖରାପ ପ୍ରଭାବ ପଡେ ନାହିଁ । ଏହା ପାଣିରେ ବହୁତ ଶୀଘ୍ର ମିଶିଯାଏ ଓ ଥରେ ଧୋଇବା ପରେ ସାମ୍ପୁ ସଂପୂର୍ଣ୍ଣ ଛାଡିଯାଏ । ରୁପି ପାଇଁ ସାମ୍ପୁ – ରୂପି ପାଇଁ ବ୍ୟବହୃତ ହେଉଥିବା ସାମ୍ପୁରେ ଔଷଧଯୁକ୍ତ ପଦାର୍ଥ ମିଶିଯାଏ । ଯେଉଁଥିରେ କିଛି ସପ୍ତାହ ପରେ ରୂପି ସଂପୂର୍ଣ୍ଣ ଭଲ ହୋଇଯାଏ । ଏହି ପ୍ରକାର ସାମ୍ପୁରେ କଣ୍ଡିସନର ବି ଠିକ ମାତ୍ରାରେ ଥାଏ । କିନ୍ତୁ ଏହି ସାମ୍ପୁକୁ ଭଲ ଭାବରେ ଧୋଇବା ଦରକାର ।
କଣ୍ଡିସନର ଲଗାଇବେ କେମିତି
କେଶକୁ ଚିକ୍କଣ ଓ ସୁନ୍ଦର କରିବା ସହିତ ଖରା, ପବନ, ଝାଳ ଓ ଡ୍ରାୟର ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର କଣ୍ଡିସନର ବ୍ୟବହାର କରିଥାନ୍ତି । ତେବେ କଣ୍ଡିସନର କିଣିବା ପୂର୍ବରୁ ଆପଣଙ୍କ କେଶ ପାଇଁ ଉପଯୁକ୍ତ ହେଉଥିବା କଣ୍ଡିସନର କିଣନ୍ତୁ ଓ କଣ୍ଡିସନରକୁ କେମିତି ବ୍ୟବହାର କରିବେ ସେ ସଂପର୍କରେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।
ତେଲିଆ ବା ଶୁଷ୍କ କେଶରେ ଗାଢ଼ କଣ୍ଡିସନର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା କେଶ ଅଧିକ ଖରାପ ହେବ ।
ରାସାୟନିକ ପଦାର୍ଥ ଦ୍ୱାରା କ୍ଷତିଗ୍ରସ୍ତ ଓ ବେକାନ କେଶ ପାଇଁ ପ୍ରୋଟିନଯୁକ୍ତ କଣ୍ଡିସନର ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ନରମ ହେବା ସହିତ ମଜଭୁତ ବି ହେବ । ସବୁବେଳେ ଗୋଟିଏ ପ୍ରକାର କଣ୍ଡିସନର ବ୍ୟବହାର କରନ୍ତୁ ।
କେଶର ପରିମାଣ ଅନୁସାରେ କଣ୍ଡିସନର ପରିମାଣ ଠିକ କରନ୍ତୁ ଓ ସବୁବେଳେ ସମାନ ପରିମାଣର କଣ୍ଡିସନର ବ୍ୟବହାର କରନ୍ତୁ ।
ଗୋଟିଏ କପ ଗରମ ପାଣିରେ ୭-୮ ଗ୍ରାମ କଣ୍ଡିସନର ପକାଇ ବୋତଲ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ବ୍ୟବହାର କରନ୍ତୁ ।
କଣ୍ଡିସନରକୁ ସିଧା ବୋତଲରୁ ଢ଼ାଳି ଲଗାନ୍ତୁ ନାହିଁ । ଏହାଦ୍ୱାରା କେଶ ଅଧିକ ଖରାପ ହେବ ।
କଣ୍ଡିସନରକୁ ପତଳା କରି ଲଗାନ୍ତୁ ଓ କେଶର ମୂଳଠାରୁ ୨ ଇଞ୍ଚ ଦୂରେ ଲଗାନ୍ତୁ । ସବୁବେଳେ ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ।
ମୁଣ୍ଡ ଧୋଇବା ପରେ କେଶକୁ ହଲକା ଖରାରେ ଶୁଖାନ୍ତୁ । ସୂର୍ଯ୍ୟକିରଣ ପଡିଲେ କେଶ ମୂଳ ମଜଭୁତ ହେବ ।
କଣ୍ଡିସନର କେଶକୁ କିଛି ସମୟ ପାଇଁ ତେଲିଆ ରଖିଥାଏ । ତେଣୁ କଣ୍ଡିସନର ଲଗାଇବା ପରେ କେଶ ମୂଳକୁ ଧୋଇ ପରିଷ୍କାର ଭାବେ ସଫା କରନ୍ତୁ । ନ ହେଲେ ଟିପ ଟିପ ଲାଗିବ । ତେବେ କେଶକୁ ସୁସ୍ଥ ସୁନ୍ଦର ରଖିବା ପାଇଁ କଣ୍ଡିସନର ନିୟମିତ ବ୍ୟବହାର କରନ୍ତୁ । ଏହା କେଶରେ ବାହ୍ୟ ଆବରଣ ପରି କାମ କରେ ।





