Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁମାନଙ୍କ ପାଇଁ ‘ସଂପର୍କ’ ଡେସ୍କର ଶୁଭାରମ୍ଭ

by ସଞ୍ଜୟ ସ୍ୱାଇଁ
August 5, 2021
in Feature News
ଶିଶୁମାନଙ୍କ ପାଇଁ ‘ସଂପର୍କ’ ଡେସ୍କର ଶୁଭାରମ୍ଭ
72
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା) : ବିଗତ ଦିନମାନଙ୍କରେ କୋଭିଡ୍‌-୧୯ ମହାମାରୀ ସମଗ୍ର ବିଶ୍ୱରେ ମାନବସମାଜକୁ ଭୀଷଣ ଭାବରେ କ୍ଷତିଗ୍ରସ୍ତ କରିଛି । ଏହାର ଗଭୀର ପ୍ରଭାବ ଶିଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି । ଶିଶୁମାନଙ୍କୁ ସେମାନଙ୍କର ଅଧିକାର ତଥା ଆବଶ୍ୟକତା ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ସୁରକ୍ଷା, ସାଙ୍ଗସାଥୀ-ପରିବାର ପରିଜନ ଆଦିଙ୍କ ସହିତ ଭାବ ବିନିମୟରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଛି । ଏହି ମହାମାରୀର ଦୁଇଟି ଲହରକୁ ଆମେ ସମ୍ମୁଖୀନ ହୋଇ ସାରିଥିଲାବେଳେ ପୁନଶ୍ଚ ତୃତୀୟ ଲହର ଆସିପାରେ ଏବଂ ଏହା ବିଶେଷ କରି ଶିଶୁମାନଙ୍କୁ ଅଧିକ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ଆମ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା, ସେମାନଙ୍କ ମାନସିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିସେଫ୍‌ର ମିଳିତ ସହଯୋଗରେ ଶିଶୁମାନଙ୍କ ପାଇଁ ‘ସଂପର୍କ’ ହେଲ¬ଡେସ୍କ ଶୁଭାରମ୍ଭ କରିଛନ୍ତି । ଏହା ନିଶ୍ଚିତ ଭାବରେ ରାଜ୍ୟର ଶିଶୁମାନଙ୍କ ମନୋବଳ ବୃଦ୍ଧି ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ@ରେ ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ହେଲ¬ଡେସ୍କ ଏବଂ ପ୍ରଚାର ପୁସ୍ତିକାର ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ମହାମାରୀ କାଳରେ ଶିଶୁମାନଙ୍କୁ ଉପଯୁକ୍ତ ମାନସିକ ପରାମର୍ଶ ପାଇଁ ଏକ ପୁସ୍ତିକା ପ୍ରକାଶ ସହିତ ସେବା ପ୍ରଦାନକାରୀମାନଙ୍କୁ ତାଲିମ ଦିଆଯାଇଛି । ତେବେ ଏହି ପରିସ୍ଥିତିରେ ଅଧିକରୁ ଅଧିକ ଶିଶୁମାନଙ୍କୁ ତ୍ୱରିତ ମାନସିକ ପରାମର୍ଶ ପ୍ରଦାନ ଏକ ଜରୁରୀ ଆବଶ୍ୟକତା ଅଟେ । ଏତଦ୍‌ବ୍ୟତୀତ କୋଭିଡ୍‌ କାଳରେ କ୍ଷତିଗ୍ରସ୍ତ ଏବଂ କୋଭିଡ୍‌ ପରବର୍ତ୍ତୀ କଠିନ ସ୍ଥିତିରେ ସମ୍ମୁଖୀନ ହେଉଥିବା ଶିଶୁମାନଙ୍କୁ ସେମାନଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା ଓ ସହାୟତା ସଂପର୍କରେ ଉପଯୁକ୍ତ ସୂଚନା ପ୍ରଦାନର ମଧ୍ୟ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ‘ସଂପର୍କ’ ହେଲ¬ଡେସ୍କର ଶୁଭାରମ୍ଭ ହେଉଛି । ଏହି ହେଲ¬ଡେସ୍କର ବ୍ୟାପକ ପ୍ରସାର ସହିତ ଏହା ଅଧିକରୁ ଅଧିକ ଶିଶୁମାନଙ୍କୁ ସାମାଜିକ-ମନସ୍ତାତ୍ତ୍ୱିକ ପରାମର୍ଶ ପ୍ରଦାନ ସହିତ ଶିଶୁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ସହାୟତା ହାସଲ କରାଇବାରେ ସହାୟକ ହେବ । ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା କହିଲେ, ମହାମାରୀ କାଳରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ନିଜର ପିତାମାତା ଅବା ରୋଜଗାରକ୍ଷମ ଅଭିଭାବକମାନଙ୍କୁ ହରାଇଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଯୋଜନାର ପ୍ରଚଳନ କରିଛନ୍ତି । ବିଭାଗ ପକ୍ଷରୁ ୧୦୯୮-ଚାଇଲïଲାଇନ୍‌, ୧୦୪-ରାଜ୍ୟ କୋଭିଡ୍‌ ହେଲ¬ଲାଇନ୍‌କୁ ଜନାଦୃତ କରାଇବା ସହ ପ୍ରତ୍ୟେକ ଶିଶୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପ୍ରୟାସ କରାଯାଉଛି । ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସେବା ଓ ସହାୟତା ଯୋଗାଇଦେବା ଦିଗରେ ଟେଲି ଯୋଗାଯୋଗ ପାଇଁ ବୈଷୟିକ ଜ୍ଞାନ ପ୍ରୟୋଗ କରି ଏହି ଉତ୍ସର୍ଗୀକୃତ ହେଲ¬ଡେସ୍କ୍‌ ‘ସଂପର୍କ’କୁ ବ୍ୟାପକ ଏବଂ କି୍ରୟାଶୀଳ କରାଯିବ । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ କୋଣ-ଅନୁକୋଣରୁ ଶିଶୁମାନେ ଉପକୃତ ହୋଇପାରିବେ । ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ କ୍ଷେତ୍ର ଅଧିକାରୀ ଡ. ମୋନିକା ନିଲେସନ୍‌ କହିଥିଲେ କୋଭିଡ୍‌ ସମୟରେ ଶିଶୁମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବହୁବିଧ କୌଶଳରେ ୟୁନିସେଫ୍‌ ସହଯୋଗ କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ । ପ୍ରାରମ୍ଭରେ ନିର୍ଦ୍ଦେଶକ ସମନ୍ୱିତ ଶିଶୁ ବିକାଶ ତଥା ନିର୍ଦ୍ଦେଶକ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଡ. ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ହେଲ¬ଡେସ୍କର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ବିକାଶ କରାଯାଇଥିବା ‘ସଂପର୍କ’ ରାଜ୍ୟ ହେଲ¬ଡେସ୍କକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ । ଏ ସଂପର୍କିତ ସଚେତନତା ପୋଷ୍ଟର ଏବଂ ଟିକି ମାଉସୀ ଭିଡ଼ିଓ ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ଏହି ହେଲ¬ଡେସ୍କ ସକାଳ ୮ଟାରୁ ରାତି୍ର ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଶିଶୁମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣେ କାଉନ୍‌ସିଲର ଏବଂ ଜଣେ ପ୍ରକଳ୍ପ ଅଧିକାରୀ ନିୟୋଜିତ ହେବେ, ସାମାଜିକ ଗଣମାଧ୍ୟମ ଏବଂ ଗୋଷ୍ଠୀ ମାଧ୍ୟମରେ ଏହି ହେଲ¬ଡେସ୍କର ବ୍ୟାପକ ପ୍ରଚାରପ୍ରସାର କରାଯିବ । ହେଲ¬ଡେସ୍କର ଟୋଲ୍‌ ଫ୍ରି ନମ୍ବର ରହିଛି-୧୮୦୦୪୧୯୧୮୧୩ । ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷା, ଡିସିପିଓ, ଶିଶୁ କଲ୍ୟାଣ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ସମିତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ୟୁନିସେଫ୍‌ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!