Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ

by ସଞ୍ଜୟ ସ୍ୱାଇଁ
March 9, 2025
in Crime, State
ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ
86
VIEWS
Share on FacebookShare on Twitter

ମାହାଙ୍ଗା, (ବାଘୁଆବାର୍ତ୍ତା): ମାହାଙ୍ଗାରେ ଅଭାବନୀୟ ଘଟଣା।ମହିଳା ସମିତି ସଭ୍ୟାଙ୍କୁ ଘରେ ପଶି ଆକ୍ରମଣ କଲେ ଦୃର୍ବୁତ୍ତ । ମାହାଙ୍ଗୀ ବ୍ଲକ ପୋଡ଼ାମରାଇ ପଞ୍ଚାୟତ ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ସାହୁ ଗୁରୁତର ହୋଇଛନ୍ତି । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟା । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗିବା ଘଟଣାରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କିଛି ମହିଳାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ବିଧାୟକଙ୍କ ସମର୍ଥକମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି କହିଥିଲେ । ଯାହାକୁ ବିରୋଧ କରି କିଛି ହେବନି ବୋଲି କହିଥିଲେ ସୋନାଲି । ଆଉ ଏବେ ଘରେ କେହି ନଥିବା ବେଳେ ସମର୍ଥକମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ସୋନାଲି ଗୁରୁତର ହୋଇଥିଲେ । ଆଉ ଆମ୍ବୁଲାନ୍ସ ସହାୟତାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସାଲେପୁର ଏସ୍‌ଡିପିଓ ସମେତ ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯଦି ଜଣେ ମହିଳା ସମିତିସଭ୍ୟା ହୋଇ ପଞ୍ଚାୟତରେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ନାରୀଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରିୟଦର୍ଶିନୀ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!