ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାରି ସାରିଥିବା ବେଳେ ବହୁ ବିଧାୟକ ଏବଂ ମନ୍ତ୍ରୀ କରୋନା କବଳରେ କବଳିତ ହୋଇ ସାରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ସମୀର ଟ୍ୟୁଟ୍ ଯୋଗେ ସୂଚନା ଦେଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଗୃହ ସଂଗରୋଧରେ ରହିବା ସହ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।





