Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ Z ଶ୍ରେଣୀ ସୁରକ୍ଷା

by ସଞ୍ଜୟ ସ୍ୱାଇଁ
February 13, 2025
in NATIONAL NEWS, State
ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ Z ଶ୍ରେଣୀ ସୁରକ୍ଷା
304
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଏଣିକି Z ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ । ଗୁଇନ୍ଦା ବିଭାଗ (ଆଇବି) ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍‌ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ଦଲାଇ ଲାମାଙ୍କୁ ସୁରକ୍ଷା ପ୍ରଦାନ କରିବ । ତାଙ୍କ ଛଡ଼ା ପୁରୀରୁ ବିଜେପି ସାଂସଦ ସମ୍ୱିତ୍ ପାତ୍ରଙ୍କୁ ବି ମଣିପୁରରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ । ସମ୍ୱିତ୍ ପାତ୍ର ମଣିପୁରରେ ବିଜେପି ପ୍ରଭାରୀ ଅଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍)ର ଭିଆଇପି ସୁରକ୍ଷା ଶାଖାକୁ ୮୯ ବର୍ଷୀୟ ଦଲାଇ ଲାମାଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଦଲାଇ ଲାମାଙ୍କୁ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ । ଏବେ ସୁଦ୍ଧା ଦଲାଇ ଲାମାଙ୍କୁ କେବଳ ହିମାଚଳ ପ୍ରଦେଶ ପୋଲିସ ଦ୍ୱାରା ସୁରକ୍ଷା ଦିଆଯାଉଥିଲା । ହିମାଚଳରୁ ଅନ୍ୟ କୌଣସି ରାଜ୍ୟକୁ ଗଲେ ସେଠାକାର ପୋଲିସ ସୁରକ୍ଷା ଦେଉଥିଲା । କିନ୍ତୁ ଏବେ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ । ୧୯୩୫ ମସିହାରେ ଲହାମୋ ଥୋଂଡ୍ଡୁପ ରୂପେ ଜନ୍ମିତ ଦଲାଇ ଲାମାଙ୍କୁ ଦୁଇ ବର୍ଷ ବୟସରେ ହିଁ ପୂର୍ବତନ ତିବ୍ବତୀୟ ଧର୍ମଗୁରୁଙ୍କ ପୂର୍ନଜନ୍ମ ବୋଲି କୁହାଯାଇଥିଲା । ୧୯୪୦ରେ ତିବ୍ବତର ରାଜଧାନୀରେ ୧୪ତମ ଦଲାଇ ଲାମା ରୂପେ ତିବ୍ବତୀୟ ଧର୍ମଗୁରୁ ରୂପେ ମାନ୍ୟତା ଦିଆଯାଇଥିଲା । ୧୯୫୦ ମସିହାରେ ତିବ୍ବତ ଉପରେ ଚୀନ ଆକ୍ରମଣ କରିଥିଲା । ୧୯୫୯ରେ ଚୀନ ବିରୋଧୀ ବିଦ୍ରୋହ ବିଫଳ ହେବା ପରେ ଦଲାଇ ଲାମା ଭାରତରେ ଆସି ଶରଣ ନେଇଥିଲେ । ସେବେଠାରୁ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି । ୧୯୮୯ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!