ଓଡ଼ଗାଁ,(ବାଘୁଆବାର୍ତ୍ତା): ଆଜି ଓଡ଼ଗାଁ ବ୍ଳକ୍ ଅନ୍ତର୍ଗତ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ମା’ ଝାଡ଼େଶ୍ଵରୀ ପୀଠ ଶରଣକୁଳଠାରେ କୁବେର ଲୋକ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଅଶୋକ କୁମାର ରଥଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ଵିଜରାଜ ନାୟକ, ସଦାଶିବ ପାତ୍ର, ମଣ୍ଡଳ ଶିକ୍ଷା କାର୍ୟ୍ୟାଳୟ ର ବରିଷ୍ଠ କିରାଣି ହାଡ଼ୁବନ୍ଧୁ ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକରୁ ବିଦାୟ ନେଇ ଥିବା ସଂଯୋଜକ ଭକ୍ତ ରଞ୍ଜନ ମିଶ୍ର ଏବଂ ନୂତନ ଭାବରେ ଯୋଗ ଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବିନ୍ଦ୍ର କୁମାର ଘଡ଼େଇ ମଞ୍ଚାସୀନ ହୋଇଥିଲେ। ନିଜର ଦକ୍ଷତା ବଳରେ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଶିକ୍ଷଣକାର୍ୟ୍ୟ ବେଳେ ଶିକ୍ଷଣ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ବ ଦେବା, ଆମେ କର୍ମ ଓ କର୍ତ୍ତବ୍ୟ ଉପରେ ବିଶ୍ଵାସ ରଖି କାର୍ୟ୍ୟ କଲେ ତାହା ପରପିଢ଼ି ଉପରେ ନିଶ୍ଚିତ ପ୍ରଭାବ ପକାଇବା କଥା ମୁଖ୍ୟଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ଳଷ୍ଟରରେ ନୂତନ ଭାବରେ ଯୋଗ ଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବିନ୍ଦ୍ର କୁମାର ଘଡ଼େଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅବସର ଗ୍ରହଣ କରିଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭକ୍ତ ରଞ୍ଜନ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ ମାଆ ଝାଡେଶ୍ଵରୀଙ୍କ ଉଦ୍ଦେଶ୍ୟରେ ଏକ ଭଜନ ଗାନ କରିଥିଲେ। ପ୍ରଶାନ୍ତ କୁମାର ଦାଶ ଏକ ଭଜନ ଗାନ କରି ବୈଠକର ଶୁଭାରମ୍ଭ କରିବା ସହ ସଂଯୋଜନା କରିଥିଲେ। ମୋହନ ସାହୁ, ବିପିନ ତ୍ରିପାଠୀ, ଦୁଷ୍ମନ୍ତ ପଟ୍ଟନାୟକ, ନବକିଶୋର ସାହୁ, ନର୍ମଦା ରଥ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକୁ ପରିଚାଳନା କରିଥିଲେ।





