Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ରୋଗର ଭୟାବହତାକୁ ନେଇ ଆଶା ଦିଦିଙ୍କର ସମ୍ବଲପୁରୀ ନାଚ ଦ୍ୱାରା ସଚେତନତା

by ସଞ୍ଜୟ ସ୍ୱାଇଁ
June 15, 2021
in Health, State
କରୋନା ରୋଗର ଭୟାବହତାକୁ ନେଇ ଆଶା ଦିଦିଙ୍କର ସମ୍ବଲପୁରୀ ନାଚ ଦ୍ୱାରା ସଚେତନତା
188
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା) : କରୋନା ରୋଗର ଭୟାବହତା ନେଇ ସମ୍ବଲପୁରୀ ନାଚରେ ସଚେତନତା ବାର୍ତ୍ତା ଦେଲେ ଆଶା ଦିଦି। ଲୋକମାନଙ୍କୁ ମହାମାରୀର ଭୟାବହତା ସମ୍ପର୍କରେ ସଜାଗ କରାଇବା ନିମନ୍ତେ ଏଭଳି ନିଆରା ଉପାୟକୁ ଆପଣାଇଛନ୍ତି କିଛି ଆଶା କର୍ମୀ। ବ୍ରହ୍ମପୁର ନିକଟବର୍ତ୍ତୀ ଗୁରୁଣ୍ଠି, ଜଗଦଳପୁର, କୁକୁଡାଖଣ୍ଡି, ବୋରିଗାଁ, ଏ. ରଘୁନାଥପୁର ଗ୍ରାମରେ ଆୟୋଜନ କରାଯାଇଛି ଏଭଳି କାର୍ୟ୍ୟକ୍ରମ। ଗ୍ରାମରେ ସମସ୍ତ ୪୫ ବର୍ଷରୁ ଅଧିକ ବୟସର ଲୋକେ ଯେଭଳି ଟିକା ନେବେ, ଜନ୍ମ ଠାରୁ ୧୮ ବର୍ଷ ଶିଶୁମାନଙ୍କୁ କରୋନା ରୋଗ ନହେବା ପାଇଁ ଅକ୍ସିମିଟର ଯାଞ୍ଚ, ଥର୍ମାଲ ସ୍କ୍ରିନିଂ, ଗର୍ଭବତୀମାନଙ୍କ ଆଇରନ୍ ବଟିକା ସେବନ, ମଶାରୀ ବ୍ୟବହାର କରିବା, ସେମାନଙ୍କ ହିମୋଗ୍ଲୋବିନ ଯାଞ୍ଚ ସମେତ ହଇଜା, ଜ୍ୱର, କାଶ, ଯକ୍ଷ୍ମା ରୋଗ ନହେବା ସକାଶେ ଗ୍ରାମର ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶିକା ଦଳ ସାମୂହିକ ପ୍ରୟାସ ଜାରି ରଖିଛନ୍ତି। ନିଜ ନିଜ ଗ୍ରାମରେ ଜିଲ୍ଲାପାଳଙ୍କ ପାଞ୍ଚସୂତ୍ରୀ ନିୟମକୁ ପାଳନ କରିବା ସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସୁଥିବା ସ୍ୱାସ୍ଥ୍ୟ ବାର୍ତ୍ତାକୁ ଗ୍ରହଣ କରିବାକୁ କହୁଛନ୍ତି। ସବୁବେଳେ ମାସ୍କ ବ୍ୟବହାର, ହାତ ଧୁଆକୁ ଗୁରୁତ୍ୱ ଭଳି ବହୁ ଉପଦେଶ ବାଣୀ ଏଭଳି ନାଚ, ନାଟକ, ରାଲି ଜରିଆରେ ପ୍ରଦାନ ସାଙ୍ଗକୁ ଘରେ ଘରେ ପହଞ୍ଚି ବୁଝାଉଛନ୍ତି। ଏହି କାର୍ୟ୍ୟକ୍ରମରେ ଆଶା ଦିଦି ପ୍ରତିମା ଦାସ, ସବିତା ପାତ୍ର, ସୁକାନ୍ତି ଡାକୁଆ, ସୁକାନ୍ତି ପାତ୍ର, ଝୁନୁ ପାଢୀ, ପି.ଲକ୍ଷ୍ମୀ, ମିନତୀ ସେଠି, ରଶ୍ମିତା ସେଠି, ଅଙ୍ଗନବାଡି କର୍ମୀ ଲିନା ଦେବୀ, ରୋଜାଲିନ ସେଠି, ମହିଳା ସ୍ୱାସ୍ଥ୍ୟ କର୍ମୀ କେ.କ୍ରିଷ୍ଣା କୁମାରୀ, ପ୍ରତିମା ପାତ୍ର, ଗୀତଞ୍ଜଳି ସାହୁ ପ୍ରମୁଖ ନେତୃତ୍ୱ ନେବା ସହ ନିଜେ ସାମିଲ ହେଉଛନ୍ତି। କୁକୁଡାଖଣ୍ଡି, ରଘୁନାଥପୁର, ଜଗଦଳପୁର, ଗୁରୁଣ୍ଠି ଗାଁ କଲ୍ୟାଣ ସମିତି ସହଯୋଗରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବ୍ଲକର ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା, ଡାକ୍ତର ସୁନିତା, ଡାକ୍ତର ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରୁଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!