Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ନାଗରିକଙ୍କ ମୁହଁରେ ଫୁଟିବ ହସ, ହାତ ବଢ଼ାଇଲା ସମ୍ବଲପୁର ପୋଲିସ

by ସଞ୍ଜୟ ସ୍ୱାଇଁ
May 12, 2021
in Health, State
ବରିଷ୍ଠ ନାଗରିକଙ୍କ ମୁହଁରେ ଫୁଟିବ ହସ, ହାତ ବଢ଼ାଇଲା ସମ୍ବଲପୁର ପୋଲିସ
130
VIEWS
Share on FacebookShare on Twitter

ସମ୍ବଲପୁର (ବାଘୁଆବାର୍ତ୍ତା): ଅଲୋଡା, ଅସହାୟ ଅବସ୍ଥାରେ ଦିନ କାଟୁଥିବା ବରିଷ୍ଠ ନାଗରିକଙ୍କ ମୁହଁରେ ହସ ଫୁଟାଇବ ପୁଲିସ । ଦ୍ୱାର ମୁହଁକୁ ଯାଇ ସେମାନଙ୍କ ଦୁଃଖ ବୁଝିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ । ଆବଶ୍ୟକସ୍ଥଳେ ପ୍ରତିଦିନ ରନ୍ଧା ଖାଦ୍ୟ ଘରେ ନେଇ ପହଞ୍ଚାଇବ । କରୋନା କାଳରେ ଏସପି ସାଗରିକା ନାଥଙ୍କ ତତ୍ତ୍ୱାବଧାନରେ ସୁନ୍ଦରଗଡ଼ ପୁଲିସ ଆରମ୍ଭ କରିଛି ଏହି ଅଭିନବ ମାନବୀୟ କାର୍ଯ୍ୟକ୍ରମ । ପ୍ରଥମ କରି ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ପୌରାଞ୍ଚଳରେ ଏହି ଅଭିଯାନକୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଜି ଏସପି ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ୩ ସହରରୁ ଏଥିପାଇଁ ୫ଶହ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତଙ୍କୁ ପୁଲିସ ପକ୍ଷରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ । ଯେଉଁଠି ବରିଷ୍ଠ ନାଗରିକଙ୍କ ସବିଶେଷ ଠିକଣା ସହ ପୁଲିସର ଯୋଗାଯୋଗ ମୋବାଇଲ ନମ୍ବର ରହିଛି । ବରିଷ୍ଠମାନେ କୌଣସି ସମୟରେ କୌଣସି ଅସୁବିଧା ବା ସମସ୍ୟାରେ ପଡିଲେ ତୁରନ୍ତ ଉକ୍ତ ନମ୍ବର କଲ ଅଥବା ହ୍ୱାଟସ ଆପରେ ବାର୍ତ୍ତା ଦେଇ ସହଯୋଗ ଲୋଡିପାରିବେ । ଏହି କାର୍ଯ୍ୟକ୍ରମରେ ପୁଲିସ ବରିଷ୍ଠ ନାଗରିକଙ୍କୁ ଖାଦ୍ୟ, ଔଷଧ ଓ ଆବଶ୍ୟକତା ଅନୁସାରେ ଅନ୍ୟ ସହାୟତା ଯୋଗାଇବେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!