ଜୟପୁର (ବାଘୁଆବାର୍ତ୍ତା): ଯୁବ ସାମ୍ବାଦିକ ସୁମିତ ଅନକା(୩୨)ଙ୍କ ଦେହାନ୍ତ ହୋଇଯାଇଛି । କୋଭିଡ ଆକ୍ରାନ୍ତ ହୋଇ ସେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସୁମିତଙ୍କ ଘର ସ୍ଥାନୀୟ ଲିଙ୍ଗରାଜ ନଗରରେ । ବିଶାଖାପାଟଣାରେ ‘ଦି ପାୟୋନିୟର’ ଖବରକାଗଜରେ ସେ ପ୍ରମୁଖ ସମ୍ବାଦଦାତା ଭାବେ କାମ କରୁଥିଲେ । କୋଭିଡ ଗାଇଡ ଲାଇନ ଅନୁସାରେ ଶବସତ୍କାର କରାଯାଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି । କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମର ପ୍ରଥମ ବ୍ୟାଚ ଛାତ୍ର ଥିଲେ । ପାଠ୍ୟକ୍ରମ ଶେଷ କରିବା ପରେ ଭୁବନେଶ୍ୱରରେ ‘ଓଡ଼ିଶା ପୋଷ୍ଟ’ରେ ସାମ୍ବାଦିକ ଭାବେ କାମ ଆରମ୍ଭ କରିଥିଲେ । ଏହା ପରେ ବିଶାଖାପାଟଣା ଚାଲିଯାଇଥିଲେ । ସେଠାରେ ଡେକାନ କ୍ରୋନିକାଲରେ କାମ କରିଥିଲେ । ଏହାପରେ ପୟୋନିୟରେ କାର୍ଯ୍ୟ କରୁଥିଲେ ।





