
ନୟାଗଡ଼/ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଦୈନିକ ଖବରକାଗଜର ସାମ୍ବାଦିକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ଅପରାହ୍ନରେ ଓଡ଼ଗାଁ ବ୍ଲକ ସାମ୍ବାଦିକ ମାନଙ୍କ ଦ୍ୱାରା ଏକ ଶୋକସଭା ଆୟୋଜିତ ହୋଇଥିଲା । ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡ଼ଗାଁ ବନାଂଚଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସର୍ବଶ୍ରୀ ରାମକୃଷ୍ଣ ପରିଡା, ସାରସ କୁମାର ମିଶ୍ର, ସୁବ୍ରତ କୁମାର ସାହୁ, ନାରାୟଣ ପାଣିଗ୍ରାହୀ, ଫକିର ମହାରଣା, ଗଣେଶ୍ୱର ସାହୁ, ଶ୍ରୀନିବାସ ପ୍ରଧାନ, ଅର୍ଜୁନ କୁମାର ସାହୁ ଯୋଗ ଦେଇ ମହାନ ଆତ୍ମାର ସଦଗତି କାମନା ପୂର୍ବକ ସ୍ମୃତି ଚାରଣ କରିଥିଲେ । ଏଥିସହିତ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ଚନ୍ଦ୍ର ବିଜୟୀ ମିଶ୍ର, ରାମକୃଷ୍ଣ ରଥ, ନବକିଶୋର ମିଶ୍ର, ରିତେନ୍ଦ୍ର ଛାଟୋଇ, ନବକିଶୋର ମିଶ୍ରଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଛନ୍ତି ।





