ନୟାଗଡ଼,(ବାଘୁଆବାର୍ତ୍ତା): ମାର୍ଚ୍ଚ ୩୦ ତାରିଖରେ ପୁଲିସ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାର ପୁରିଛି କଣ୍ଟ । ସୂଚନନାୁସାରେ, ୩୦ ତାରିଖ ସକାଳ ୮ ଘଟିକା ସମୟରେ ନିତିଦିନ ଜିଲ୍ଲା ପ୍ରତିନିଧି ନିଜ ଗ୍ରାମରୁ ନୟାଗଡ଼ ସହରକୁ ଆସୁଥିବା ବେଳେ ପୁଲିସ ତାଙ୍କୁ ବାରବାଟି ଛକଠାରେ ଅଟକାଇ ମାଡ଼ ମାରିଥିଲା । ନିଜକୁ ଗଣମାଧ୍ୟମ ପ୍ରତିନିଧି ପରିଚୟ ଦେବା ପରେ ମଧ୍ୟ ପୁଲିସ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଉକ୍ତ ଦିନ ସାମ୍ବାଦିକମାନେ ଏସ୍.ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ବେଳେ ମାର୍ଚ୍ଚ ୩୧ ତାରିଖରେ ସାମ୍ବାଦିକ ସଂଘ ଏସ.ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଯାହାକୁ ନେଇ ନୟାଗଡ଼ ଏସ୍.ପି ପ୍ରତ୍ୟୁଷ ଦିୱାକର ସଂପୃକ୍ତ ମହିଳା କନେଷ୍ଟବଳ ସୁମିତ୍ରା ଗୁରୁଙ୍କୁ କାର୍ଯ୍ୟାନ୍ତର କରିଥିବା ବେଳେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ଆଜିକୁ ସାତ ଦିନ ପୁରିଥିବା ବେଳେ ଏସ୍ପି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତା’କୁ ନେଇ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଏବଂ ବୁଦ୍ଧିଜିବୀମାନେ ଚାହିଁ ବସିଛନ୍ତି ।





