ନୟାଗଡ଼ ସର୍ବ ଭାରତୀୟ ଫୁଟବଲ୍ ଟୁନାମେଣ୍ଟ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସର୍ବଭାରତୀୟ ଫୁଟବଲ ଟୁନାମେଣ୍ଟଅବସରରେ ଖେଳର ମଧ୍ୟାହ୍ନରେ ନୟାଗଡ଼ରୁ ଫୁଟବଲ ପାଇଁ ନେତୃତ୍ୱ ନେଉଥିବା ଋପାଲୀ ମହାପାତ୍ର, ମନୁସୁନ ମେନସାନ୍ ଖାଁ, ଶିବରାମ ମହାନ୍ତି, ଅପସମା୍ ବେଗମ୍ ପ୍ରଭୃତିଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଅନ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ସର୍ବଭାରତୀୟ ମହିଳା କୋଚ୍ ସୟଦ୍ ଜାବର୍ ଖାଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡ. ସାହୁ ପ୍ରଥମେ ସମସ୍ତ ଦର୍ଶକଙ୍କୁ ସାଧୁବାଦ ଜଣାଇବା ସହିତ କମକର୍ତ୍ତାଙ୍କୁ ଶୃଙ୍ଖଳା ପାଇଁ ଧନ୍ୟବାଦ ଜଣାଇଥିଲେ । ଖେଳପାଇଁ ସହଯୋଗ କରିଥିବା ଏବଂ ଆୟୋଜକ କମିଟିକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମୁଖ୍ୟ ରେଫରୀ ରାଜୁ ମହାନ୍ତି, ରେଫରୀ କୀର୍ତ୍ତି ରଂଜନ ସ୍ୱାଇଁ, ଶେଷଦେବ ବେହେରା, ଭୀମ ଛତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।






