ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହର ନିକଟସ୍ଥ ଲେଖନପୁରଠାରେ ଅବସ୍ଥିତ ବୃଦ୍ଧାଶ୍ରମ ସମର୍ପଣ ପରିସରରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି କାର୍ଯ୍ୟ ନିର୍ବାହୀ ସଦସ୍ୟ ଶ୍ରୀଧର ସାହୁଙ୍କ ଏବଂ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜେଶ କୁମାର ମିଶ୍ର, ଶଙ୍ଖେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଭୂତି ଭୂଷଣ ଦଳେଇ ଯୋଗଦେଇ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନାଠାରୁ କିଭଳି ନିଜକୁ ଦୂରେଇ ହେବ ସେ ସଂମ୍ପର୍କରେ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଏଥିସହିତ ଅନ୍ତବାସୀଙ୍କ ଅନ୍ୟାନ ରୋଗର ନିରାକରଣ ଏବଂ ଔଷଧ ପ୍ରଦାନ କରିଥିଲେ । ଆଶ୍ରମର ପରିଚାଳକ ସୀତାରାମ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।






