ବଲାଙ୍ଗିର, (ବାଘୁଆବାର୍ତ୍ତା): ବିପଦ ସଙ୍କୁଳ ଅବସ୍ଥାରେ ଥିବା ବଲାଙ୍ଗିର ସମଲେଶ୍ବରୀ ମନ୍ଦିର ଛାତ ଶୁକ୍ରବାରରେ ଭାଙ୍ଗି ଗଳିପଡିଛି । ସ୍ବଭାବିକ ବସତ କାହାର କୌଣସି କ୍ଷତି ହୋଇନାହିଁ । ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ମରାମତି କରୁନଥିବାରୁ ଏପରି ଅଘଟଣ ଘଟିଲା ବୋଲି ସହରର ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସମଲେଶ୍ବରୀ ମନ୍ଦିର ଛକରେ ଧାରଣା ଦେଇଛନ୍ତି । ବହୁ ପୁରାତନ ଏହି ସମଲେଶ୍ବରୀ ମନ୍ଦିରର ଛାତ କାନ୍ଥ ବିପଦ ସଙ୍କୁଳ ହୋଇପଡିଛି । ବର୍ଷରେ ପାଣି ଗଳୁଛି । ହେଲେ ଦେବତ୍ତର ବିଭାଗ ଅଧିନରେ ମନ୍ଦିର ରହିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ରାସ୍ତାରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି ।






