Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେବା ସମବାୟ ସମିତି ପିଅନ ଚାକିରିରୁ ବହିଷ୍କୃତ

by ସଞ୍ଜୟ ସ୍ୱାଇଁ
February 21, 2021
in Feature News
ସେବା ସମବାୟ ସମିତି ପିଅନ ଚାକିରିରୁ ବହିଷ୍କୃତ
229
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିିତିରେ କୃଷି ଋଣ ଜାଲିଆତି ଓ ଆର୍ଥିକ ଅନିୟମିତତା ଘଟଣାରେ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ପିଅନ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଋଣ ଜାଲିଆତି ଓ ହେରଫେର ଅଭିଯୋଗର ତଦନ୍ତ ରିପୋର୍ଟରେ ତାଙ୍କ କାର୍ଯ୍ୟରେ ଅସଦ ଆଚରଣ ଓ ଗୁରୁତର ଦୁର୍ନୀତି ହୋଇଥିବା ବିଷୟ ଉଲ୍ଲେଖ କରିଥିବା ଦୃଷ୍ଟିରୁ ଏବଂ ସେବା ସମବାୟ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ପ୍ରବୋଧ ରଞ୍ଜନ ପରିଡାଙ୍କୁ ସମବାୟ ବିଭାଗ ଦ୍ୱାରା କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହି ବହିଷ୍କାର ଅଦେଶ ତୁରନ୍ତ ଲାଗୁ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପୂର୍ବରୁ କୃଷି ଋଣ ଜାଲିଆତି ପ୍ରସଙ୍ଗରେ ପ୍ରବୋଧ ରଞ୍ଜନ ପରିଡ଼ାଙ୍କୁ ନିଲମ୍ବନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ି ଝାଟିଆ ସେବା ସମବାୟ ସମିତିରେ ଚାଷୀଙ୍କ ନାମରେ ବ୍ୟାପକ କୃଷିଋଣ ଦୁର୍ନୀତି ଅଭିଯୋଗ ଆସିବା ପରେ ସମବାୟ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ସେବା ସମବାୟ ସମିତିର ସଂପାଦକଙ୍କ ସମେତ ଅନ୍ୟ କେତେକ କର୍ମଚାରୀ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖାର କେତେକ ଅଧିକାରୀ ଓ କର୍ମଚାରୀଙ୍କ ସମତେ ୯ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଘଟଣାର ଉପଯୁକ୍ତ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭୁବନେଶ୍ୱରସ୍ଥିତ ସିଆଇଡି, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଙ୍କୁ ନିବନ୍ଧକ, ସମବାୟ ସମିତି ସମୂହଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଏହାର ସବିଶେଷ ତଦନ୍ତ କରାଯାଉଅଛି । ଇତିପୂର୍ବରୁ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ନିଲମ୍ବିତ ସଂପାଦକ ବିଜୟ କୁମାର ଦାସଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ବହିଷ୍କାର ନିମନ୍ତେ ପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ ପରେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!