Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବହୁମୁଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

by Anil Panda
August 25, 2020
in State
ବହୁମୁଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ
154
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପସ୍‌ ପକ୍ଷରୁ ରାଜ୍ୟର ଚାଷୀମାନଙ୍କଠାରୁ ମୂଲ୍ୟ ସହାୟକ ଯୋଜନାରେ ଖରିଫ ଓ ରବିଧାନ, ଡାଲି ଏବଂ ତୈଳବୀଜ ସଂଗ୍ରହ କାର୍ଯ୍ୟ ସମେତ ସାର, ବିହନ, ଫସଲ ଋଣ ଆଦି ବିବିଧ କାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଏଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଚାଷୀମାନଙ୍କୁ ସୁବିଧାରେ ସାର ଓ ବିହନ ଆଦି ଯୋଗାଇଦେବା ସହିତ ଆନୁଷଙ୍ଗିକ ସେବା ପ୍ରଦାନ ନିମନ୍ତେ ପ୍ୟାକ୍ସ/ଲ୍ୟାମ୍ପସ୍‌ଗୁଡ଼ିକରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣର ଆବଶ୍ୟକତା ରହିଛି । ଯେଉଁ ପ୍ୟାକ୍ସ/ଲ୍ୟାମ୍ପସରେ ଗୋଦାମ ଗୃହ ନାହିଁ, ସେଠାରେ ଗୋଦାମ ଗୃହ ନିର୍ମାଣ କରାଯିବ । ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ କହିଲେ ଯେଉଁସବୁ ପ୍ୟାକ୍ସ/ଲ୍ୟାମ୍ପସ୍‌ର ନିଜସ୍ୱ ଜମି ରହିଛି ଏବଂ ଗୋଦାମ ଗୃହ ନିର୍ମାଣ ନିମନ୍ତେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ନିକଟରେ ଆବଶ୍ୟକୀୟ ଅର୍ଥ ରହିଛି, ସେସବୁ ସ୍ଥାନରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯିବ । ଏ ସଂପର୍କରେ ଏକ ଡାଟାବେସ୍‌ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ୟାକ୍ସ/ଲ୍ୟାମ୍ପସଗୁଡ଼ିକରେ ସାର ଓ ବିହନ ମହଜୁଦ ରଖିବା ପାଇଁ ୫୦ ଟନ୍‌ କ୍ଷମତା ବିଶିଷ୍ଟ ୨ଟି ଲେଖାଏଁ ଗୋଦାମ ଗୃହ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନିର୍ମାଣର ପ୍ରସ୍ତାବ ରହିଛି । ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ନିକଟରେ ଉପଲବ୍ଧ ଅର୍ଥରୁ ଏହି ଗୋଦାମ ଗୃହ ନିର୍ମାଣ କରାଯିବ । ଏଥି ପାଇଁ ପ୍ରତ୍ୟେକ ଗୋଦାମ ଗୃହର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଦାମ ଗୃହ ନିର୍ମାଣ ଓ ଏହାର ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଭର୍ଚୁଆଲ୍‌ ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ଡାଇରେକଫର ଏଗ୍ରିକଲଚର ମାର୍କେଟିଂ ତଥା ଓସାମ୍‌ ବୋର୍ଡର ସଦସ୍ୟ ସଚିବ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!