ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପୁଅଙ୍କ ଜମିରେ ଧାନ କିଣାବିକା
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ହୋଇଥିବା ସମବାୟ ଧାନିିକିଣା ବିକା ଘଟଣାରେ ପୁଣି ଜଣେ ସମବାୟ ସଂପାଦକଙ୍କ ମୁଣ୍ଡ ଗଡ଼ିଛି । ଜେମାଦେଇପୁର ସେବା ସମବାୟ ସଂପାଦକ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ସୂଚନାନୁସାରେ, କ୍ରିଦାଶପୁର ପଂଚାୟତ ଅନ୍ତର୍ଗତ ଜେମାଦେଇପୁର ସମବାୟ ସଂପାଦକ ଅଲେଖ ଚନ୍ଦ୍ର ପ୍ରଧାନ ଧାନ କିଣାବିକାରେ ଅନିୟମିତା କରିଥିବା ଜିଲ୍ଲାସ୍ତରୀୟ ତଦନ୍ତ ବେଳେ ଧରା ପଡ଼ିଛି । ସେ ସରକାରୀ ନିୟମକୁ ବେଖାତିର କରି ତାଙ୍କ ନିଜ ନାମରେ ଏବଂ ଶ୍ୱଶୁରଙ୍କ ନାମରେ ଭାଗଚାଷୀ ଦର୍ଶାଇ ଧାନ କିଣାବିକା କରି ଅର୍ଥ ହେରେଫେର କରିଥିବା ଜଣାଇଯାଇଛି । ଅଲେଖ ଚନ୍ଦ୍ର ପ୍ରଧାନ ନିଜକୁ ନିସ୍ୱାର୍ଥର ସଂପାଦକ ଅରୁଣ କୁମାର ମହାନ୍ତିଙ୍କ ନାମରେ ଥିବା ଜମିରେ ଭାଗଚାଷୀ ବୋଲି ଦର୍ଶାଇ ଧାନକିଣା ବିକା କରିଥିବା ବେଳେ ତାଙ୍କ ଶ୍ୱଶ୍ୁର ତଥା କ୍ରିଦାଶପୁର ସରପଂଚ ଅନ୍ତର୍ଯ୍ୟାମୀ ଦାଶଙ୍କୁ ମେ ଫେୟାର ଆଗ୍ରୋ ଇଣ୍ଟର ନ୍ୟାସନାଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟଙ୍କ ନାମରେ ଥିବା ପଦା ଜମିର ଭାଗଚାଷୀ ଦର୍ଶାଇ ଧାନ କିଣାବିକା କରିଛନ୍ତି । ଏହି ଅନିୟମିତା ପାଇଁ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଥିବା ବେଳେ ଥାନାରେ ଏତଲା ଦେବାକୁ ସମବାୟ ସମିତି ନିବନ୍ଧକଙ୍କୁ ନିର୍ଦ୍ଦେଶ ରହିଛି ।






