Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ ରାସ୍ତାକୁ ଓହ୍ଲାଇଲେ ବ୍ୟୁଟିପାର୍ଲର ସ୍ପା’ ମାଲିକ

by ସଞ୍ଜୟ ସ୍ୱାଇଁ
July 1, 2021
in Business, State
ରାଜ ରାସ୍ତାକୁ  ଓହ୍ଲାଇଲେ ବ୍ୟୁଟିପାର୍ଲର ସ୍ପା’ ମାଲିକ
115
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆମେ ଖାଇବାକୁ ପାଉନାହୁଁ, କର୍ମଚାରୀମାନେ ଘର ଭଡ଼ା ଦେଇପାରୁ ନାହାନ୍ତି, ପିଲାମାନଙ୍କୁ ପଢ଼ାଇ ପାରୁନାହାନ୍ତି। ଏମିତି ପୂଳା ପୂଳା ଅଭିଯୋଗ ନେଇ ରାସ୍ତାକୁ ଓହ୍ଲାଇଥିଲେ ବ୍ୟୁଟିପାର୍ଲର ଓ ସ୍ପା ମାଲିକ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଦାବିପତ୍ର। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ବ୍ୟୁଟିପାର୍ଲର ଓ ସ୍ପା’ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ବ୍ୟୁଟିପାର୍ଲର ଓ ସ୍ପା ଖୋଲିବା ଦାବିରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ନିକଟରେ ବ୍ୟୁଟିପାର୍ଲର ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ବ୍ୟୁଟିସିଆନ୍‌ ଓ ସ୍ପା’ ମାଲିକମାନେ ପ୍ଲାକାର୍ଡ ଧରି ସେଲୁନ୍‌ ଖୋଲିବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ୨ ମାସ ଧରି ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ଯୋଗୁ ମାଲିକ ଓ କର୍ମଚାରୀମାନେ ବହୁ ଅସୁବିଧାରେ ଅଛନ୍ତି। ତେଣୁ ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କହିଛି। ସେଲୁନ ମାଲିକାଣୀ ଲୋପାମୁଦ୍ରା ପ୍ରଧାନ କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଆମକୁ ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ। ସେଲୁନ୍‌ ଦୁଇ ମାସ ଧରି ବନ୍ଦ ଯୋଗୁ କର୍ମଚାରୀମାନେ ନାନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୫୦ ହଜାର କର୍ମଚାରୀଙ୍କ ଦୁଃଖ ଓ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଖାଇବା ପାଇଁ ଦୁଇ ଓଳି ପାଉନାହାନ୍ତି। ସେମାନଙ୍କ ଘରେ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ଔଷଧ କିଣିପାରୁ ନାହାନ୍ତି। ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ପ୍ରପର ଗାଇଡ୍‌ଲାଇନ୍‌ ଅନୁସାରେ ସେଲୁନ୍‌କୁ ଖୋଲିବାକୁ ଅନୁମତି ଦିଆଯାଉ। ସେ ଆହୁରି କହିଛନ୍ତି-“ସେଲୁନ୍‌ରେ କାମ କରୁଥିବା କର୍ମଚାରୀମାନେ ସ୍କିଲ୍‌ଡ୍‌ ଲେବର। କରୋନା ବେଳେ ଯଦି ଲେବରମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉଛି, ତାହାହେଲେ ଆମ କର୍ମଚାରୀଙ୍କ କଣ ପାଇଁ ନୁହେଁ? ଆମ ସେଲୁନ୍‌ରେ କାମ କରୁଥିବା ସବୁ କର୍ମଚାରମାନେ ଟିକା ନେଇଛନ୍ତି। ଆମେ ଟିକା ନେଇଥିବା ବ୍ୟକ୍ତିଙ୍କୁ ସେଲୁନ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବୁ। ୫୦% ଗ୍ରାହକଙ୍କୁ ଅନୁମତି ଦେବୁ। ସାମାଜିକ ଦୂରତା ବଜାୟ ରଖିବୁ।”

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!