ମୁମ୍ବାଇ (ବାଘୁଆବାର୍ତ୍ତା): ମାନହାନି ଅଭିଯୋଗ ଆଣିଲେ ସଲମାନ । କୋର୍ଟର ଦ୍ୱାରସ୍ଥ ହେଲା ସଲମାନ । ଆରିଲେ ମାନହାନି ଅଭିଯୋଗ । ଅଭିନେତା କମାଲ ଆର ଖାନଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ନିକଟରେ ଇଦ ଅବସରରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ରାଧେ’କୁ ନେଇ କମାଲ ଆର ଖାନ୍ ଖରାପ ରିଭ୍ୟୁ କରିଥିଲେ । ଏଥିରେ ସଲମାନ ରାଗି ଯାଇ ମୁମ୍ବାଇ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ । ନୋଟିସ ମୁତାବକ ସଲମାନ ଖାନଙ୍କ ଲିଗାଲ ଟିମ ଗୁରୁବାର ସିଭିଲ କୋର୍ଟର ଆଡିଶନାଲ ସେସନ ଜଜଙ୍କ ନିକଟରେ ଏହି ମାମଲାର ତତକାଳ ଶୁଣାଣି ପାଇଁ ନିବେଦନ କରିବେ । ସେପଟେ କମାଲ ଆର ଖାନ ମଧ୍ୟ ସଲମାନଙ୍କ ଏଭଳି ମାନହାନି ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, ‘ଡିଅର ସଲମାନ ଖାନ, ଏହି ମାନହାନି କେସ ଆପଣଙ୍କ ହତାଶ ଏବଂ ନିରାଶ ହେବାର ପ୍ରମାଣ । ମୁଁ ମୋ ଫଲୋଅର୍ସଙ୍କ ପାଇଁ ରିଭ୍ୟୁ କରେ ଏବଂ ନିଜ କାମ କରୁଛି । ମୋତେ ଆପଣଙ୍କ ଫିଲ୍ମ ରିଭ୍ୟୁ କରିବା ପାଇଁ ଅଟକାଇବା ବଦଳରେ ଆପଣ କିଛି ଭଲ ଫିଲ୍ମ ତିଆରି କରନ୍ତୁ । ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କମାଲ ଖାନ କହିଛନ୍ତି ।” ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱେଣ୍ଟେଡ ଭାଇ’ ଚଳିତ ମାସ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ ହୋଇଥିଲା । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ସଲମାନ ଖାନଙ୍କ ବ୍ୟତୀତ ଦିଶା ପଟନି, ରଣଦୀପ ହୁଡ୍ଡା, ଜ୍ୟାକି ସ୍ରଫ, ଗୌତମ ଗୁଲାଟି ପ୍ରମୁଖ ଅଛନ୍ତି ।






