Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
May 20, 2021
in Nayagarh
ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ଆହ୍ୱାନ
95
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶା ବର୍ତ୍ତମାନ ବିକାଶ ଓ ଅଭିବୃଦ୍ଧିର ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇ ଚିରସ୍ଥାୟୀ ଓ ସମାବେଶୀୟ ବିକାଶ ସାଧନ, ଆଞ୍ଚଳିକ ଅସମତା ଓ ଦାରିଦ୍ର୍ୟ ହ୍ରାସ, ପ୍ରଭାବୀ ପ୍ରଶାସନ, ଭିତ୍ତିଭୂମିରେ ବିକାଶ, ପୁଂଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ରାଜ୍ୟର ଆଭିମୁଖ୍ୟ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଛନ୍ତି । ଆଜି ‘ଓଡ଼ିଶା ଶକ୍ତି କ୍ଷେତ୍ର-ରାଜ୍ୟଠାରୁ ଶିକ୍ଷା’ ଶୀର୍ଷକ େୱବିନାର୍‌ ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ମନ୍ତ୍ରୀ ଏ ଦିଗରେ ସୁଚିନ୍ତିତ ପରାମର୍ଶ ଦେବାକୁ ଆହ୍ୱାନ ଦେଇଛନ୍ତି । କ୍ୟାପ୍‌ଟେନ୍‌ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ଶକ୍ତି କ୍ଷେତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । କୋଭିଡ୍‌-୧୯ କଟକଣା ପାଇଁ ଶକ୍ତି ଉପଯୋଗ ହ୍ରାସ ପାଇଛି । କିନ୍ତୁ ଆଗାମୀ ଦିନରେ ଓଡ଼ିଶା ଅଗ୍ରଣୀ ବିଦୁ୍ୟତ ଉପଯୋଗକାରୀ ରାଜ୍ୟ ଭାବେ ଉଭା ହେବା ନିଶ୍ଚିତ ବୋଲି ଉଲ୍ଲେଖ କରି ଲୋକଙ୍କ ଅର୍ଥନୈତିକ ପରିବର୍ତ୍ତନରେ ଶକ୍ତି ଉପଯୋଗର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ ଓ ସହଜ କରିବାରେ ସାହାଯ୍ୟ କରିବ । ସରକାର ଶସ୍ତା ଓ ଭରସାଯୋଗ୍ୟ ବିଦୁ୍ୟତ ଉପଲବ୍ଧ କରାଇବା ପାଇଁ ସତତ ଚେଷ୍ଟିତ । ଓଡ଼ିଶା ବିକାଶ କୈନ୍ଦି୍ରକ, ଶିଳ୍ପ ଅନୁକୂଳ ଓ ପରିବେଶ ସଚେତନ ରାଜ୍ୟ ହୋଇଥିବାରୁ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେଇଆସିଛି । ସେ ଆଲୋଚନାରେ ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀମାନଙ୍କୁ ସବୁଜ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ଶକ୍ତି କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସୁଧାର ଆଣିଥିବା ଉଲ୍ଲେଖ କରି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟ କରୁଥିବା କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି କହିଥିଲେ । ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଶତପ୍ରତିଶତ ଗ୍ରାମକୁ ବିଜୁଳି ଯୋଗାଇଅଛି । ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ‘ଓଡ଼ିଶା ଶକ୍ତି ସଂରକ୍ଷଣ ବିଲïିଂ କୋଡ୍‌’ ବିଜ୍ଞାପିତ କରିଛି । ୨୦୧୯-୨୦ରେ ସର୍ବମୋଟ ଶକ୍ତି ଉତ୍ପାଦନ କ୍ଷମତା ୭୬୪୮ ମେଗାୱାଟ୍‌ ଥିଲା । ଓଡ଼ିଶା ରାଜ୍ୟର ଚାହିଦାଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛି । ରାଜ୍ୟର ଉଭୟ ଶିଳ୍ପ ଓ ଘରୋଇ ବିଦୁ୍ୟତ ଉପଯୋଗ ପରିମାଣ ୭୨ ପ୍ରତିଶତ । ତା’ମଧ୍ୟରୁ କେବଳ ଘରୋଇ କ୍ଷେତ୍ରରେ ୩୭.୪୧% (୭୩୨୭ ଏମ୍‌ୟୁ) ଉପଯୋଗ ହେଉଥିବା ସେ ଦର୍ଶାଇଥିଲେ । ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଓଡ଼ିଶା ଅକ୍ଷୟ ଶକ୍ତି ଆଇନ-୨୦୧୬ ପ୍ରଣୟନ କରିଛି । ବିଶେଷ ଭାବେ ୨୦୨୨ ବେଳକୁ ରାଜ୍ୟ ୨୨୦୦ ମେଗାୱାଟ୍‌ ସୌରଶକ୍ତି, ୨୦୦ ମେଗାୱାଟ୍‌ ପବନ ଶକ୍ତି, ୧୮୦ ମେଗାୱାଟ ବାୟୋଗ୍ୟାସ, ୧୫୦ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଏବଂ ୨୦ ମେଗାୱାଟ ବର୍ଜ୍ୟରୁ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିବା ସହିତ ରାଜ୍ୟରେ ଶକ୍ତି ଅପଚୟ ରୋକିବା ସହିତ ସଂରକ୍ଷଣ ଦିଗରେ ଗୁରୁତ୍ୱ ଦେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସବୁସ୍ତରରୁ ସମର୍ଥନ ଓ ସହଯୋଗ କାମନା କରିବା ସହ ସରକାର ସ୍ମାର୍ଟ ଗ୍ରୀଡ଼୍‌ ଟେକ୍‌ନୋଲୋଜିର ବ୍ୟବହାର କରିବା ପାଇଁ ପଦକ୍ଷେପ ନେଉଥିବା ସେ ଉଲ୍ଲେଖ କରିଥିଲେ । ଏହି େୱବିନାରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ ଓଡ଼ିଶା ଚାପ୍‌ଟର୍‌ର ଅଧ୍ୟକ୍ଷ ତଥା ଭିସା ଷ୍ଟିଲର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶାଳ ଅଗ୍ରୱାଲ, ଉପାଧ୍ୟକ୍ଷ ଶ୍ରୀ ସବ୍ୟସାଚୀ ସରକାର, ସଂଗଠନର ଶକ୍ତି ଉପପରିବେଶ ଉପାଧ୍ୟକ୍ଷ ଶ୍ରୀ ପାର୍ଥ ଚାଟାର୍ଜୀ, ସିଇଓ ପାୱାର ଏକ୍ସଚେଞ୍ଜ ଇଣ୍ଡିଆ, ଶ୍ରୀ ପ୍ରଭାଜିତ କୁମାର ସରକାର ପ୍ରମୁଖ ଯୋଗଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!