ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପବିତ୍ର ରାମନବମୀ ଅବସରରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ନୟାଗଡ଼ ସହରର ଉପକଣ୍ଠ ତ୍ରିନାଥ ଛକ ସ୍ଥିତ ରାମମନ୍ଦିର ଠାରେ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବଂ ଫାଉଣ୍ଡେସନ ଉପଦେଷ୍ଟା ସ୍ବାଗତ ସାହୁ କ ଜନ୍ମଦିବସ ପାଳନ କରାଯାଇଥିଲା । ୫୦ ରୁ ଉର୍ଦ୍ଧ ଫାଉଣ୍ଡେସନ ପରିବାର ର ସଦସ୍ଯ ସହଯୋଗକରିଥିଲେ। ଏହି କାର୍ଯ୍ୟକ୍ରମ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ବିଶ୍ୱଜିତ୍ ପତି,ବିକାଶ ଦାସ,ସ୍ବାଧୀନ କୁମାର ସାହୁ, ତାପସ ସାହୁ,ଞାନି ଦେବାଶିଷ,ସାଇ ସ୍ଵରାଜ ,ସୁଶାନ୍ତ କୁମାର ସାହୁ,ପ୍ରଫୁଲି ସହଯୋଗ କରିଥିଲେ।ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ଲୋକ ଅନ୍ନପ୍ରସାଦ ସେବନ କରିଥିଲେ। ଏବଂ ସାଇସିଦ୍ଧି ଫାଉଣ୍ଡେସନ ପକ୍ଷରୁ ପବିତ୍ର ରାମ ନବମୀ ଅବସର ରେ ପ୍ରତିବର୍ଷ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି । ଏବଂ ଏହା ନିଶ୍ଚିତ ଅତି ସୁନ୍ଦର୍ ପଦକ୍ଷେପ।ଏହି କାର୍ଯ୍ୟକ୍ରମରେ ଏନଏସିର ଭାଇସ ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, ଦୁଯୈଧନ ବେହେରା,ଅର୍ଜୁନ ପଣ୍ଡା,ଏବଂ ସମସ୍ତ ଗୁରୁଜନ ମାନେ ପ୍ରଶଂସା କରିଛନ୍ତି।





