ଜୟପୁର, (ବାଘୁଆବାର୍ତ୍ତା): ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗ ଆସିଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି । ସୂଚନା ଥାଉକି, କଲେଜ ଅଧ୍ୟକ୍ଷଙ୍କ କେଳେଙ୍କାରୀ । ଛାତ୍ରୀଙ୍କ ହଷ୍ଟେଲ ଭିତରେ ପସି ଅଧ୍ୟକ୍ଷ ରଖୁଛନ୍ତି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ । ଆଉ ପ୍ରତିବାଦ କଲେ ଛାତ୍ରୀଙ୍କୁ ମିଳୁଛି ପରୀକ୍ଷାରେ ଫେଲ କରି ଦେବାର ଧମକ । ଏମିତି ଅଭିଯୋଗ ଆସିଛି ଜୟପୁରର ସାଇ ଇଣ୍ଟରନେସନାଲ ସାଇନ୍ସ କଲେଜର ଅଧ୍ୟକ୍ଷ ଦୀପକ ପଟ୍ଟନାୟକଙ୍କ ବିରୋଧରେ । ଗତ ୮ ବର୍ଷ ହେଲା ସେ ଛାତ୍ରଙ୍କ ସହ ଏପରି କରି ଆସୁଛନ୍ତି । ଏପରିକି ଅନେକ ଛାତ୍ରୀଙ୍କୁ ସେ ବଳତ୍କାର କରିଥିବା ମଧ୍ୟ ଛାତ୍ରୀ ମାନେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କିଛି ଛାତ୍ରୀଙ୍କୁ ଅଧ୍ୟକ୍ଷ ବନ୍ଧକ ରଖିଥିବା ଅଭିଯୋଗ ପରେ କଲେଜ ଉପରେ ଚଢାଉ କରି ଏକାଧିକ ଛାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ଜଣେ ଛାତ୍ରୀ ଅଧ୍ୟକ୍ଷଙ୍କ ଦ୍ୱାରା ବଳତ୍କାରର ଶୀକାର ହେବା ପରେ ପୋଲିସ ଅଧ୍ୟକ୍ଷଙ୍କୁ ଖୋଜୁଛି । ହେଲେ ଅଧ୍ୟକ୍ଷ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଅଧ୍ୟକ୍ଷ ଦୀପକ ପଟ୍ଟନାୟକଙ୍କ ବିରୋଧରେ ପୋଲିସ IPC ର ବିଭିନ୍ନ ଧାରା ଓ Pocso ଆକ୍ଟରେ ମାମଲା ରୁଜୁ କରିଛି ।





