ରଣପୁର,(ବାଘୁଆବାର୍ତ୍ତା) ୭/୪: ଛତିଶ ଗଡ ବିଜାପୁର ଠାରେ ନକ୍ସଲ ମାନଙ୍କ ଅତର୍କିତ ଆକ୍ରମଣ ଫଳରେ ୨୪ ଜଣ ବୀର ଜବାନ ଶହୀଦ ହୋଇଛନ୍ତି l ଏଭଳି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି l ଏହି ବୀର ଶହୀଦ ଜବାନ ମାନଙ୍କ ଅମର ଆତ୍ମାର ସଦଗତି ଓ ବୀର ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ମହମ ବତୀ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି l ଟାଙ୍ଗୀ ବଳରାମ ଦେବ ମନ୍ଦିର ଠାରୁ ମହମ ବତୀ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରାରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ଆଇନ ପରାମର୍ଶ ଦାତା ସଂଦିପନୀ ମିଶ୍ର, ସାମ୍ଵାଦିକ ଅନନ୍ତ ପ୍ରଧାନ, ରାକେଶ ମହାନ୍ତି, ରାକେଶ କୁମାର ଜଗଦେବ, କମଳ ଲୋଚନ ପାଇକରାୟ, ଜୟନ୍ତ ସୁବୁଦ୍ଧି,ପୂର୍ବତନ ସେନା ଅଧକାରୀ ଭଗବାନ ଚମ୍ପତ୍ତି, ଅବସର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ସୁନ୍ଦରାୟ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇ ନକ୍ସଲ ମାନଙ୍କ ଏଭଳି କାର୍ଯ୍ୟ କଳାପକୁ ନିନ୍ଦା କରିଥିଲେ l






