ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ୬୧ତମ ସହୀଦ ଦିବସ ସ୍ଥାନୀୟ ପୁଲିସ ଟ୍ରେନଂ ସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଯୋଗଦେଇ ଆୟୋଜିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି । ଏଥିସହିତ ପୁଲିସ ଟ୍ରେନଂ ପରିସରରେ ଥିବା ଶହୀଦ ସ୍ତମ୍ଭରେ ଏସ୍ପି ପୁଷ୍ପମାଲ୍ୟ ଦେଇ ଶହୀଦଙ୍କ ପ୍ରତି ସମ୍ମାନ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସିପେକ ।ର ସୂର୍ଯ୍ୟକାନ୍ତ ପୃଷ୍ଟି, ପିଟିଏସ୍ ପ୍ରିନ୍ସିପାଲ ଭବେଶ୍ କୁମାର ନାୟକ, ଅନେକ ଡିଏସପି, ଏସଡିପିଓ ଓ ଥାନା ଆଇଆଇସିମାନେ ଉପସ୍ଥିତ ରହିଛନ୍ତି ।





