ଦଶପଲ୍ଲା, (ବାଘୁଆବାର୍ତ୍ତା): ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା), ଦଶପଲ୍ଲା ବ୍ଳକ ଆନୁକୂଲ୍ୟରେ ଏନ୍ଏସି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଠାରେ ରବିବାର ଦିନ ସହିଦ୍ ଦିବସ ପାଳିତ ହୋଇଯାଇଛି। ସଭାପତି ଶରତଚନ୍ଦ୍ର ବେହେରା ଓ ବ୍ଳକ ଓଷ୍ଟା ସମ୍ପାଦକ ଅକ୍ରୁର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିପିଆଇ(ଏମ୍) ନେତା କମ୍ରେଡ଼ ଶରତ ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ କ୍ରୁଷ୍ନଚନ୍ଦ୍ର ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ଉତ୍କଳ ସ୍ୱାଭିମାନ ମଂଚର ସଭାପତି ରାଧାକାନ୍ତ ଦାଶ, ସଭ୍ଯ ଲକ୍ଷ୍ମୀଧର ଶତପଥୀ, ଆର୍ତ୍ତତ୍ରାଣ ମଲିକ, ବାସୁଦେବ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଡଃ ନାରାୟଣ ମହାପାତ୍ର, ପ୍ରତାପ କେଶରୀ ଦଳବେହେରା, ସମାଜସେବୀ ତଥା ଆଇନଜୀବୀ ଶରତ ଚନ୍ଦ୍ର ବେହେରା, ସଭାପତି ଶରତ ଚନ୍ଦ୍ର ବେହେରା, ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ରାଧା ମୋହନ ଜୀଉ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ନାୟକ, ପ୍ରଧାନଶିକ୍ଷକ ହୃଷୀକେଶ ବାରିକ , ସୁବାଷ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ପରମାନନ୍ଦ ନାୟକ, ଲକ୍ଷ୍ମୀଧର ବେହେରା, ବ୍ଳକ ଓଷ୍ଟାର କର୍ମକର୍ତ୍ତା ପ୍ରମୁଖ ଅତିଥି ରୂପେ ଯୋଗଦେଇ ସହିଦ୍ ଶିକ୍ଷୟିତ୍ରୀ ମାନଂକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସହିଦ୍ ଶିକ୍ଷୟତ୍ରୀ ମାନଂକ ବହୁମୁଖୀ ଗୁଣାବଳୀର ସ୍ମୁତିଚାରଣ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୧୯୭୮ ମସିହା ମାର୍ଚ୍ଚ ୯ତାରିଖ ଦିନ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷକ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ବେଳେ ଟିକାତାଳ ଠାରେ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ଯାଳୟର ତିନି ଶିକ୍ଷୟିତ୍ରୀ ତରୁଲତା ପଟ୍ଟନାୟକ, ବିଳାସିନୀ ପଟ୍ଟନାୟକ ଓ ଶାନ୍ତିଲତା ମହାରଣା ଦୁର୍ଘଟଣାରେ ମ୍ରୁତ୍ୟୁବରଣ କରି ସହିଦ୍ ହୋଇଥିଲେ। ସେମାନଙ୍କ ସ୍ମୁତିଚାରଣ ଉଦ୍ଦେଶ୍ଯରେ ପ୍ରତିବର୍ଷ ଓଷ୍ଟା ପକ୍ଷରୁ ମାର୍ଚ୍ଚ ୯ତାରିଖ ଟିକୁ ସହିଦ୍ ଦିବସ ରୂପେ ପାଳନ କରାଯାଇ ଆସୁଅଛି।





