Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାହରୁଖଙ୍କ ବଡ଼ ବୟାନ, ସୁଟିଂ ସେଟରେ ମୋର ମୃତ୍ୟୁ ହେଉ ବୋଲି ଚାହେଁ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ଶାହରୁଖଙ୍କ ବଡ଼ ବୟାନ, ସୁଟିଂ ସେଟରେ ମୋର ମୃତ୍ୟୁ ହେଉ ବୋଲି ଚାହେଁ
79
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଅଭିନୟ ବଳରେ ସେ ଆଜି ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି। ବଲିଉଡର କିଙ୍ଗ ବନିସାରିଥିବା ଶାହରୁଖଙ୍କୁ ଏବେ ତାଙ୍କ କାମ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ଲୋକାର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଏତେ ବଡ଼ ସମ୍ମାନ ମିଳିବା ପରେ ଶାହରୁଖଙ୍କୁ ପଚରାଯାଇଥିଲା ‌ଯେ, “ସେ ସବୁଦିନ ପାଇଁ ଅଭିନୟ କରିବାକୁ ଚାହାନ୍ତି କି?” ଉତ୍ତରରେ ଶାହରୁଖ କହିଥିଲେ, “ମୁଁ ସବୁଦିନ ପାଇଁ ଅଭିନୟ କରିପାରିବି କି? ହଁ, ମୁତ୍ୟୁ ପର୍ଯ୍ୟନ୍ତ ନିଶ୍ଚିତ। ମୋର ସ୍ବପ୍ନ ହେଲା ସୁଟିଂ ସେଟରେ କିଏ ଜଣେ ଆକ୍ସନ କହିବ ଏବଂ ମୁଁ ମିରିଯିବି। କଟ୍ କହିବା ପରେ ବି ଆଉ ଉଠିବିନି।” ତାଙ୍କର ଏହି ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି। ଯଦି ଆମେ ଶାହରୁଖଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତେବେ ସେ ଆଗକୁ ସୁଜୟ ଘୋଷଙ୍କ ଫିଲ୍ମ ‘କିଙ୍ଗ’ରେ ନଜର ଆସିବେ। ଏଥିରେ ତାଙ୍କ ଝିଅ ତାଙ୍କ ସହ ପ୍ରଥମ କରି କାମ କରିବେ ବୋଲି ଜଣାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!